ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁରର ବଂଶଧାରା ବିଜ୍ଞାନ ମହାବିଦ୍ୟାଳୟରେ ଅଟଳ ସ୍ମୃତି କମିଟି ପକ୍ଷରୁ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ତିରଧାନ ଦିବସ ପାଳନ କରାଯାଇଛି l ଅଟଳ ସ୍ମୃତି କମିଟି” ଏକ ସାମାଜିକ ଓ ଅଣରାଜନୈତିକ ସଂଗଠନ” ପକ୍ଷରୁ ଶ୍ରୀ ସୂର୍ଯ୍ୟ ନାରାୟଣ ରଥଙ୍କ ସଭାପତିତ୍ୱରେ ତୈଳ ଚିତ୍ରରେ ପ୍ରଦୀପ ପ୍ରଜ୍ଵଳନ କରି ସ୍ମୃତି ଚାରଣ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ବାଜପେୟୀଙ୍କ ତୈଳଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ l ସଙ୍ଗଠନର ସଂଯୋଜକ ଚିନ୍ମୟ ପାଣିଗ୍ରାହୀ ସଂଯୋଜନା କରିଥବା ବେଳେ କମିଟି ସଦସ୍ୟ ସୋମନାଥ ଗୌଡ଼, ଉମା ଶଙ୍କର ଦାସ ବାଜପେୟୀଙ୍କ ଜୀବନି ଉପରେ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ଲକ୍ଷ୍ମୀ ମହାଙ୍କୁଡ଼, ଇନ୍ଦ୍ରଖୀ ପ୍ରସାଦ ଦାସ, ଅମ୍ବିକା ମହାପାତ୍ର, ବି.ସତୀଶ କୁମାର, ଶ୍ରୀନିବାସ ସ୍ୱାଇଁ, ଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l