ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଠାରେ ଥିବା ରେଳ ଷ୍ଟେଶନର ଭିତ୍ତି ଭୂମି ବିକାଶ ସହ ସର୍ବାଙ୍ଗିନ ଉନ୍ନତି ନେଇ ଅନୁଧ୍ୟାନ କରିଛନ୍ତି ବିଶାଖାପାଟଣା ଡିଭିଜିନର ଏଡିଆରଏମ ସୁଧିର କୁମାର ଗୁପ୍ତା l ବିଶାଖାପାଟଣା ଡିଭିଜିନର ଏଡିଆରଏମ ମଧ୍ୟାହ୍ନରେ ବିଶାଖାପାଟଣା ଗୁଣପୁର ଟ୍ରେନରେ ଗୁଣପୁରକୁ ଆସିଥିଲେ l ଷ୍ଟେଶନରେ ପହଁଞ୍ଚିବା ପରେ ଏଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ସ୍ଥିତି ସମୀକ୍ଷା କରିଥିଲେ l 

ଟ୍ରେନରେ ପାଣି ଯୋଗାଣ କାର୍ଯ୍ୟ ତଦାରଖ କରିବା ସହ ପ୍ରଥମ ପ୍ଲାଟ ଫର୍ମର ଉଚ୍ଚତା ବୃଦ୍ଧି, ଦ୍ବିତୀୟ ପ୍ଲାଟଫର୍ମ ନିର୍ମାଣ, ଫୁଟ ଅଭର ବ୍ରିଜ ନିର୍ମାଣ, ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ବିଭିନ୍ନ କାର୍ଯ୍ୟ, ଦୁଇ ଏବଂ ତିନି ଚକିଆ ଯାନ ବାହାନ ରଖିବା ପାଇଁ ପାକିଂ ସ୍ଥାନ ନିର୍ମାଣ, ଶୌଚାଳୟ ନିର୍ମାଣ, ରନିଙ୍ଗ ରୁମର କାର୍ଯ୍ୟ ତଦାରଖ କରିଥିଲେ l ଏଥି ସହ ପ୍ରତିକ୍ରିୟାରେ କହିଥିଲେ ଯେ ଗୁଣପୁର ରେଳ ଷ୍ଟେଶନର ଏ ସମସ୍ତ କାର୍ଯ୍ୟ ସହ ଆଉ କଣ କାର୍ଯ୍ୟ ଷ୍ଟେଶନର ଉନ୍ନତି ନେଇ ହୋଇ ପାରିବ ସେନେଇ ଅନୁଧ୍ୟାନ କରିଥିବା ସେ ସୂଚନା ଦେଇଥିଲେ। ଏଥି ସହ ଗୁଣପୁର ଗୋଟିଏ ବଡ ଷ୍ଟେଶନ ହୋଇଥିବାରୁ ଯାତ୍ରୀଙ୍କ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟାରେ କହିଥିଲେ l ତାଙ୍କର ଏହି ଗସ୍ତ ସମୟରେ ସିନିୟର ଡିଇଏନ ଜେଜେ‘ସାହୁ, ଏଏସଟି କାହା ବାବୁ, ଏସିଏମ୍ ଚକ୍ରବର୍ତ୍ତି, ତିଟିଆଇ ଜି-ସୁବାରାଓ, ନିରପତ୍ତା ଦାଉନସିଲର ଏସ.କେ.କେଶରୀ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ l