କରୋନା କଟକଣା ମଧ୍ୟରେ ପାଳିତ ହେଲା ସ୍ବାଧିନତା ଦିବସ……

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କରନା କଟକଣା ମଧ୍ୟରେ ୭୬ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଶୁଭ୍ରଂଜଳି ପ୍ରଧାନ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହ ସରକାରୀ ଯୋଜନାର ସଫଳ ରୁପାୟନ ପାଇଁ ସମସ୍ତଙ୍କର ସହଯୋଗକାମନା କରିଥଲେ l ଅହୁରି ମଧ୍ୟ ବର୍ତ୍ତମାନ ସରକାର ଶିକ୍ଷା, ସ୍ୱାସ୍ଥ୍ୟକୁ ଗୁରୁତ୍ବ ଦେଉଥିବାବେଳେ ସଂଯୋଗି କରଣ ମାଧ୍ୟମ ଉପରେ ଅଭିଭାଷଣ ରଖିଥିଲେ l କାର୍ଯ୍ୟକ୍ରମକୁ ସୂଚନା ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଅଧିକାରୀ ସୁଦର୍ଶନ ବେହେରା ପରିଚାଳନା କରିଥିବା ବେଳେ, ଜ୍ଞାନ ରଞ୍ଜନ କର ସହଯୋଗ କରିଥିଲେ l ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ପ୍ରଥମ ମଧ୍ୟ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ପତିତପାବନ ପଣ୍ଡା ପତାକା ଉତୋଳନ କରିଥିବା ବେଳେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷା ସୁଷମା ପ୍ରଧାନ,ଉପଖଣ୍ଡ ପୋଲିସ କାର୍ଯ୍ୟାଳୟରେ ଓ ଥାନାରେ ଉପଖଣ୍ଡ ପୁଲିସ ଅଧିକାରୀ ଡି.ତିରୁପତି ରାଓ ପଟ୍ଟନାୟକ, ବନାଞ୍ଚଳ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀଣୀ ମିନାକ୍ଷୀ କୁମୁରା, ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ଗୋଷ୍ଟି କୃଷି କାର୍ଯ୍ୟାଳୟରେ ଗୋଷ୍ଟି କୃଷି ଅଧିକାରୀ ଜ୍ୟୌତି ରଞ୍ଜନ ପ୍ରଧାନ ପତାକା ଉତୋଳନ କରିଥିଲେ l ସେହିପରି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କରୋନା କଟକଣା ମଧ୍ୟରେ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି l ପୂର୍ବରୁ ପଂଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ମେଡିକାଲରେ ରୋଗୀଙ୍କୁ ଫଳ ଓ ପାଉଁରୁଟି ଏବଂ ଜେଲ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିବା ବେଳେ କଳିଙ୍ଗ ମହାବିଦ୍ୟାଳୟର ରେଡକ୍ରସ ତରଫରୁ ମେଡିକାଲରେ ରୋଗୀ ଓ ଶିଶୁ ମାରିଆ ସଦନରେ ଶୁଶୁ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ l