ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଅମୃତ ମହୋତ୍ସବ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ସ୍ଥାନୀୟ ଉତ୍କଳହିତୈଷିଣୀ ସମାଜ ସଭା ଗୃହରେ ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଏହି ଅବସରରେ ୨୦ଜଣ କବି ଦେଶାତ୍ମକବୋଧକ ସ୍ବରଚିତ କବିତା ଆବୃତ୍ତି କରିଥିଲେ l ଗବେଷକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସଙ୍ଗେ ଅଧ୍ୟକ୍ଷତା କରିଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏବଂ ଡ.କଲ୍ୟାଣୀ ମିଶ୍ର କବିତାଗୁଡ଼ିକ ସଂଯୋଜନା କରିଥିଲ l। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ବକ୍ତାମାନେ ଅମୃତମହୋଛବ ପାଳନର ତତ୍ପର୍ଯ୍ୟ କହିବା ସହ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରାଏହି ଆୟୋଜିତ କାର୍ଯ୍ୟକ୍ରମ ପ୍ରସଂଶନିୟ ବୋଲି କହିଥିଲେ l