ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପୂର୍ବାହ୍ନ ୦୮ଘଣ୍ଟା ସମୟରେ ରାଣୀପେଣ୍ଠ ସ୍ଥିତ ନିୟତି ଭିନ୍ନକ୍ଷମ ଅନୁଷ୍ଠାନର ୭୬ ତମ ସ୍ବାଧିନତା ଦିବସ ପାଳନ ହୋଇଛି l ବକ୍ତାମାନେ ଏଭଳି ଭିନ୍ନକ୍ଷମଙ୍କ ସେବା, ତାଲିମ୍ ଏବଂ ଭୋଟିକ ଚିକିତ୍ସାର ଆବଶ୍ୟକ ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନର ତାତତ୍ତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ l ମୁଖ୍ୟ ଅତିଥି ଭାବେ ଉମାକାନ୍ତ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଜୟ କୁମାର ରାଜୁ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସେବାନିବୃତ କାର୍ଯ୍ୟାଳୟ ସହଯୋଗ କରିଥିବାବେଳେ ସଭାପତି ପ୍ରଫେସର ଡ.ଅଜୟ ତ୍ରିପାଠୀ, ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ, ଶାଶ୍ଵତୀ ବେବର୍ତ୍ତା, ଡ.ଅରୁଣ ନାୟକ, ଆରୂପାଞ୍ଜଳି ମହାନ୍ତି, ଜେୟାମା ପୂର୍ଣାବାଡ଼ି, ସୋନୁ ଗମାଙ୍ଗ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l