ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ମିନି ଷ୍ଟାଡିୟମ ପଡିଆରେ ୭୬ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଗୁଣପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ l କରୋନା କଟକଣାରେ କେବଳ ଆଇ.ଆର୍.ବି ବାହିନୀର କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିଥିଲେ l


ସ୍ୱାଧୀନତା ଦିବସରେ ପ୍ୟାରେଡ଼ ଉତ୍ସବକୁ ସଂକୁଚିତ କରିବା ପାଇଁ ହୋମଗାର୍ଡ ବାହିନୀ ଓ ବିଭିନ୍ନ କଲେଜ ତଥା ସ୍କୁଲର ଏନସିସି ଛାତ୍ର ଛାତ୍ରୀ, ସ୍କାଉଟ ଓ ଗାଇଡ଼ କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିନଥିଲେ l ଉପଜିଲ୍ଲାପାଳ, ଆଇ.ଆର୍.ବିର କୋମାଣ୍ଡେଣ୍ଟ, ଡେପୁଟି କୋମାଣ୍ଡେଣ୍ଟ, ପୁଲିସ୍ ଥାନାର ଆରକ୍ଷ ଅଧିକାରୀ ଅଜୟ ବାରିକ୍ ଓ ଥାନା ଅଧିକାରୀ ଅଶ୍ରିତା ଖାଲକୋ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ l ଆଜିବି ପ୍ୟାରେଡ଼ ଉତ୍ସବରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ସାମିଲ କରାଯାଇନଥିଲା l ଆଇ.ଆର୍.ବି ବାଟାଲିଓନର କମାଣ୍ଡେଣ୍ଟକୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l