ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ ହୋଇଛି l ଏହି କାର୍ଯାକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପରାମର୍ଶ ଦେଇଥିଲେ l ପରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ଓ ପାଉଁରୁଟି ବାଣ୍ଟି ଥିବାବେଳେ, ଉପ କାରାଗାରରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ଏକ ଫ୍ରେଣ୍ଡଲି ମ୍ୟାଚର ଉଦଘାଟନ କରିଥିଲେ l ସେହି ପରି ରାଇକୋଲ ପଞ୍ଚାୟତ ଅନ୍ତର୍ଗତ କିଲାକିଆ ଠାରେ ବୟୋଜ୍ୟେଷ୍ଠ ଉଦୟନାଥ ପ୍ରଧାନ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହ ଗ୍ରାମରେ ସଦଭାବନା ସହ ଭାଇଚାରା ରଖିବାକୁ ପରାମର୍ଶ ଦେଇଥିଲେ l ସେହିପରି ଗୋଷ୍ଟି କୃଷି କାର୍ଯ୍ୟାଳୟରେ ବ୍ଲକ କୃଷି ଅଧିକାରୀ ଯୌତିମାଇ ପ୍ରଧାନ ପତାକା ଉତ୍ତଲାନ କରିଥଲେ l ବନାଞ୍ଚଳ ଅଧିକାରୀଣୀ ମୀନାକ୍ଷୀ କୁମୂରା ବାନଞ୍ଚଳ କାର୍ଯ୍ୟାଳୟରେ ପତାକା ଉତ୍ତଳନ କରିଥଲେ l