କଳିଙ୍ଗ ମହାବିଦ୍ୟାଳୟ ରେଡକ୍ରସ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଶିଶୁ ମାରିଆ ସଦନ ଠାରେ ଫଳ ଏବଂ ବିସ୍କେଟ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଶିଶୁ ମାରିଆ ସଦନ ଠାରେ ଅନ୍ତେବାସୀଙ୍କୁ ଫଳ ଓ ବିସ୍କେଟ ବଣ୍ଟନ କରାଯାଇଛି I ଏହି କାର୍ଯ୍ୟକ୍ରମ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ରେଡକ୍ରସ କାଉନସିଲର ତପନ ଚନ୍ଦ୍ର ନାୟକ ଏବଂ ଶ୍ୱେତାଲିନା ତିର୍କୀ ପରିଚାଳନା କରିଥିଲେ I କଳିଙ୍ଗ ମହାବିଦ୍ୟାଳୟର ଅନ୍ୟ କର୍ମଚାରୀ ଭେଙ୍କେଟ ରମଣ ପଟ୍ଟନାୟକ, ରୁପବନ୍ତ ଭୋଇ, ରାଜେଶ ବାଗ, ବିପୁଲ ମାଝୀ, ରଞ୍ଜିତ ନାୟକ, ସବିତା ଟୁଡୁ, ସୁଧୀର ନାୟକ ଏବଂ ଶରତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ I