ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ୍ ଠାରେ ୭୬ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ ପାଳିତ………

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷ’ରୁ ୭୬ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ସମାରୋହ କାର୍ଯ୍ୟକ୍ରମ’ରେ ଓଡ଼ିଶା’ର ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହି ସମାରୋହରେ ଯୋଗ ଦେଇଥିବା ପୁଲିସ ପ୍ୟାରେଡ ଦଳ’କୁ ପରିଦର୍ଶନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ l

csp

ସମବେତ ଥିବା ଜନତା’ଙ୍କୁ ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ଉଦବୋଧନ ଦେଇ କହିଥିଲେ ଯେ, ଆଜାଦିକା ଅମୃତ ମହୋତ୍ସବ ଅବସର’ରେ ଆଜି ଦେଶବ୍ୟାପୀ ପାଳନ ହେଉଛି ୭୬ ତମ ସ୍ଵାଧୀନତା ଦିବସ l ଆମକୁ ସ୍ଵାଧୀନତା ସହଜେ ମିଳି ନ ଥିବା ବେଳେ ଏହି କଷ୍ଟସାଧ୍ୟ ଜାତୀୟତା ସଂଗ୍ରାମ’ରେ ସାମିଲ ହୋଇ ଉତ୍ସର୍ଗୀକୃତ ବଳିଦାନ ଦେଇଥିବା ଅଗଣିତ ସ୍ଵାଧୀନତା ସଂଗ୍ରାମୀ’ଙ୍କ ଉଦ୍ଦେଶ୍ୟ’ରେ ଆଜି ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଅବସର’ରେ ଉପସ୍ଥିତ ସମସ୍ତ’ଙ୍କୁ ଆହ୍ବାନ ଦେଇ କହିଥିଲେ ଯେ , ଆମେ ସମସ୍ତେ ଦେଶ ମାତୃକା ପାଇଁ ଏବଂ ଓଡ଼ିଶା ରାଜ୍ୟ’ର ସର୍ବାଙ୍ଗୀନ ବିକାଶ ଓ ସୁରକ୍ଷା ଦିଗରେ ନିଜକୁ ଉତ୍ସର୍ଗ କରିବା ପାଇଁ ଶପଥ ନେବା l ଆମେ ଆମ ରାଜ୍ୟ ଓ ଜିଲ୍ଲାଞ୍ଚଳ ସମେତ ଆମ ଜାତି ଓ ସଭ୍ୟତା’ର ସୁରକ୍ଷା କରିବା ପାଇଁ ସଂକଳ୍ପ ବଦ୍ଧ ହେବା ବୋଲି ଉପସ୍ଥିତ ଅତିଥିଙ୍କୁ ଆହ୍ବାନ କରିଥିଲେ ମୁଖ୍ୟ ଅତିଥି l ଏହି ଅବସର’ରେ ମନ୍ତ୍ରୀ ଶ୍ରୀ ସାହୁ ବିଭିନ୍ନ ପ୍ରତିଯୋଗିତା’ର କୃତି ଛାତ୍ରଛାତ୍ରୀ’ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଓ ବିଭିନ୍ନ ବିଭାଗ’ର ସର୍ବଶ୍ରେଷ୍ଠ କୃତିତ୍ଵ ଅର୍ଜନ କରିଥିବା କର୍ମଚାରୀ ଓ ବ୍ୟକ୍ତି ବିଶେଷମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ବଣ୍ଟନ କରିଥିଲେ l ଏହି ସମାରୋହ କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ଏସପି ଶ୍ରୀ ଜୟରାମ ଶତପଥି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚ ଖମାରୀ , ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଓଏସଏପି କମାଣ୍ଡେଣ୍ଟ ଶ୍ରୀ ଜୁରିଆ ବେହେରା’ଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ l