ବାରଖମା ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ହର୍ ଘର୍ ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” l ଏହି ଅବସରରେ କନ୍ଧମାଳ ଜିଲ୍ଲାର ବାରଖମା ଠାରେ ଅବସ୍ଥିତ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ହର୍ ଘର୍ ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କମାଣ୍ଡାଣ୍ଟ୍ ଶ୍ରୀ ଆନନ୍ଦ ଝାଙ୍କ ମାର୍ଗ ଦର୍ଶନରେ G 127 / ବାରଖମା ଦ୍ବାରା କମ୍ପାନି କମ।ଣ୍ଡେର ଶ୍ରୀମତୀ କିଲାବତୀ ଠ।କୁରକଂ ଦ୍ବାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ବାଟାଲିୟନର ଅନ୍ୟ ପଦାଧିକାରୀ ଓ ଜବାନଙ୍କ ସହ ବାରଖମା House of Love CCI ପିଲାମାନେ ଓ ବହୁ ଜନସାଧାରଣ ସାମିଲ୍ ହୋଇଥିଲେ l ବାରଖମା ପୁଲିସ ଫାଣ୍ଡି ନିକଟରେ ସମସ୍ତେ ଏକାଠି ହୋଇ ହାତରେ ତୀରଙ୍ଗା ଧରି “ବନ୍ଦେ ମାତରଂ” “ଭାରତ ମାତା କି ଜୟ” ସ୍ଲୋଗାନ୍ ଦେଇ ସହରର ମୁଖ୍ୟ ବଜାର ଦେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବାରଖମା ପରିସରରେ ଥିବା ସିଆରପିଏଫ୍ କ୍ୟାମ୍ପରେ ପହଁଚି ଥିଲେ l ଏହା ପରେ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ତୀରଙ୍ଗା ଉଡ଼ାଇବା ସହ ଭାରତ ମା’ ର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେବା ସହ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ l