ଅନୁସନ୍ଧାନ ଭାରତ(ବ୍ୟୁର): ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ପାର୍ଶରେ ପାହାଡ଼ରେ ଅଜଣା ଗଳିତ ମୃତ ଶରୀରକୁ ଦାରିଙ୍ଗବାଡ଼ି ପୁଲିସ ଉଦ୍ଧାର କରି ଫୁଲବାଣୀ ପଠା ଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି l ସୂଚନା ମୁତାବକ ଉକ୍ତ ପାହାଡ଼ରେ ସାରିଙ୍ଗିଇର୍ପି ଗ୍ରାମର ଗାଇବଳଦ ଚରାଇବା ପାଇଁ ନେଇଥିବା କିଛି ଲୋକ ପାହାଡ଼ର ଏକ ଗଛରେ ବେକରେ ରସିଲାଗି ଏକ ମୃତ ଶରୀର ଝୁଲନ୍ତା ଅବସ୍ଥାରେ ଦେଖି ଥିଲେ l ଏହି ବିଷୟରେ କୁହାକୁହି ଗାଁରେ ହୋଇଥିଲା l ଏହି ଖବର ସାରିଙ୍ଗିଇର୍ପି ଗ୍ରାମର ୱାର୍ଡ ମେମ୍ବର ରାଶାନ୍ତ ପ୍ରଧାନ ଜାଣିବା ପରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ସୂଚନା ଦେଇଥିଲେ l ସୂଚନା ପାଇ ଏହାର ତଦନ୍ତ କରି ଏକ ଅପମୃତ ମାମଲା ରୁଜୁ କରି ଗଳିତ ମୃତ ଦେହର ଉଦ୍ଧାର କରି ଫୁଲବାଣୀ ପଠାଇଥିବା ଥାନା ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି l ଏହା ପ୍ରକୃତରେ ଆତ୍ମହତ୍ୟା ନା ହତ୍ୟା ଏବଂ ମୃତ ବ୍ୟକ୍ତି ଓ ଏହି ଅଞ୍ଚଳର ନା ଅନ୍ୟ ଅଞ୍ଚଳର ବା କେହିଜଣେ ପର୍ଯ୍ୟଟକ ବୋଲି ସନ୍ଧେହ ପ୍ରକାଶ ପାଇଛି l ଯେଉଁ ଭଳି ପରିସ୍ଥିତିରେ ମୃତ ଶରୀର ରହିଛି ଏହାକୁ ନେଇ ସନ୍ଧେହ ସାଧାରଣରେ ହୋଇଛି l ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନ ସ୍ଥଳୀ ଏବଂ ଉକ୍ତ ସ୍ଥାନକୁ ପ୍ରତିଦିନ ବହୁ ସଂଖ୍ୟକ ପର୍ଯ୍ୟଟକ ଆସନ୍ତି l ଏହି ଘଟଣାରେ ଅଂଚଳ ପାଇଁ ଏହା ଏକ ଚିନ୍ତାର କାରଣ ବୋଲି ସର୍ଵ ସାଧାରଣରେ ଆଲୋଚନା କରୁଥିବା ପ୍ରକାଶ ପାଇଛି