ଅନୁସନ୍ଧାନ ଭାରତ(ବ୍ୟୁର): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତିଅବସରରେ “ହରଘରତ୍ରିରଙ୍ଗା” ଅଭିଯାନର କାର୍ଯାକ୍ରମ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଆଗୁଳ ପଞ୍ଚାୟତ ମେରିଙ୍ଗ, ଯୁଗାପଦର ଓ କୁରୁମାଯୋଡି ଗ୍ରାମରେ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଜୁଲାଇ ୨୨ତାରିଖରେ ଏହି ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ଘୋଷଣା କରିଥିଲେ l ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ସାରା ଦେଶରେ ଆରମ୍ଭ ହୋଇଯାଇଛି l ଏହି କ୍ରମରେ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମେରିଙ୍ଗ, ଯୁଗାପଦର, କୁରୁମାଯୋଡି ଗାଁରେ “ହରଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ମୁନିଗୁଡା ବିଜେପି ମଣ୍ଡଳ ଓବିଶି ମୋର୍ଚ୍ଚା ସଭାପତି ବୁଦ୍ଧିଆ ଗୌଡ଼ ଓ ଯୁବମୋର୍ଚା ସଭାପତି ନରେନ୍ଦ୍ର ନାଗଙ୍କ ମିଳିତ ସଂଯୋଜନାରେ ଆରମ୍ଭ ହୋଇ ଥିଲା । ଏହି ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପ-ସଭାପତି ଶ୍ରୀ ରାମଚନ୍ଦ୍ର ବେହେରା ତଥା ବିଜେପିର ବରିଷ୍ଠ ନେତା ତଥା କୋରାପୁଟ ପ୍ରଭାରୀ ଜି.ବୀରଭଦ୍ର ଆଚାରୀ ଯଥାକ୍ରମେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଭାବେ ଯୋଗଦେଇ ସ୍ବାଧୀନତାରେ ଦେଶର ଅନାଲୋଚିତ ନାୟକମାନଙ୍କ ଯୋଗଦାନ, ବଳିଦାନକୁ ସ୍ମରଣ କରାଇବା ସହିତ ସ୍ବାଧୀନତା ସଂଗ୍ରାମୀ ଓ କ୍ରାନ୍ତିକାରୀମାନଙ୍କ ତ୍ୟାଗ, ତପସ୍ୟାର ଅନେକ ଅଜଣା ଦେଶପ୍ରେମ କଥାକୁ କହିଥିଲେ l ଆଜି ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଆୟୋଜିତ ହରଘର ତିରଙ୍ଗା ଅଭିଯାନରେ ଦିଲ୍ଲୀରୁ ପଲ୍ଲୀ ସବୁଠି ତ୍ରିରଙ୍ଗାମୟ l
ଦେଶର ଏକତା, ଅଖଣ୍ଡତା ପାଇଁ ମୋଦୀଜିଙ୍କ ଏହି ଅଭିନବ ପ୍ରୟାସ ସବୁ ଭାରତୀୟଙ୍କୁ ଏକ ଦେଶପ୍ରେମ ସୂତ୍ରରେ ବାନ୍ଧି ରଖିପାରିଛି ବୋଲି ଅତିଥିମାନେ ଜନସାଧାରଣଙ୍କୁ ଅବଗତ କରାଇଥିଲେ l ପରେ ଗ୍ରାମବାସୀଙ୍କ ସହିତ ଏକ ପଦଯାତ୍ରାରେ ତିନି ଗ୍ରାମ ପରିକ୍ରମା କରିବା ସହିତ ପ୍ରତି ଘରେ ତ୍ରିରଙ୍ଗା ଲଗାଇଥିଲେ l ଶେଷରେ ମେରିଙ୍ଗ ଗାଁର ବରିଷ୍ଠ ନାଗରିକ ତଥା ପାଇକ ସମାଜ ଜ୍ୟେଷ୍ଠ ବ୍ୟକ୍ତି ସୁରେନ୍ଦ୍ର ଦଣ୍ଡସେନା ଓ ଆଗୁଳ ଗାଁର ବରିଷ୍ଠ ନାଗରିକ, ଗୌଡ଼ ସମାଜ ବରିଷ୍ଠ ବ୍ୟକ୍ତିଙ୍କୁ ମୁନିଗୁଡା ମଣ୍ଡଳ ବିଜେପି ଓବିସି ଓ ଯୁବମୋର୍ଚ୍ଚା ତରଫରୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚା ମଣ୍ଡଳ ସମ୍ପାଦକ ରାକେଶ ସିକା, ସିଲୁ ବାଗ, ଗରିବ ଗରଡ଼ିଆ, ମୀନକେତନ ଗୌଡ଼, ରଞ୍ଜିତ ଦଣ୍ଡସେନା, ମନୋଜ ଦଣ୍ଡସେନା, ଆଶାରାମ ହିଆଲ, ସୁରେଶ କୁଶୁଲିଆ, ସରୋଜିନୀ କାଡ୍ରାକା, ବିନୋଦ ଦଣ୍ଡସେନା, ଚିଣ୍ଟୁ ଦଣ୍ଡସେନା, ରଞ୍ଜିତ ମାଝୀ ସମେତ ଅନେକ ବିଜେପି କର୍ମୀ କାର୍ଯ୍ୟକ୍ରମରେ ଭାଗନେବା ସହିତ ପରିଚାଳନାରେ ସହଯୋଗ କରିଥିଲେ l ବିଜେପି ଯୁବମୋର୍ଚା ସଭାପତି ନରେନ୍ଦ୍ର ନାଗ ସଭିଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l