କଂଗ୍ରେସ ଦଳ ପକ୍ଷରୁ କାଶୀପୁର ଠାରେ ଗୌରବ ଯାତ୍ରା ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂଗ୍ରେସ ଦଳ ପକ୍ଷରୁ କାଶୀପୁର ବ୍ଲକ ସଦର ମହକୁମା ସ୍ଥିତ ଗାନ୍ଧି ମଣ୍ଡପ ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଗୌରବ ଯାତ୍ରା ଅନୁଷ୍ଠିତ ହେଇଯାଇଛି l ଇଂରେଜ ସରକାରଙ୍କ ବିରୋଧରେ ଦେଶ ପାଇଁ ତ୍ୟାଗ ଓ ବଳିଦାନର ୭୫ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଦଳ ପକ୍ଷରୁ ସାରା ଦେଶରେ ଅଗଷ୍ଟ ୯ ରୁ କ୍ରାନ୍ତି ଦିବସ ଭାବେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଗୌରବ ଯାତ୍ରା ପାଳିତ ହେଉଥିବାବେଳେ ଆଜି କାଶୀପୁର ବ୍ଳକରେ ଏହି ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡାଙ୍କ ନେତୃତ୍ୱରେ ପର୍ଯ୍ୟବେକ୍ଷକ ରାମ ଚନ୍ଦ୍ର କାଡାମ, ବ୍ଲକ ସଭାପତି ଅଙ୍ଗଦ ନାଏକ, ବିଧାୟକ ପ୍ରାର୍ଥୀ ଆପଲ ସ୍ୱାମୀ, ସାଂସଦ ପ୍ରତିନିଧି ସଦାନନ୍ଦ ନାଏକ, କିଷାନ ସେଲ ସାଧାରଣ ରାଜ୍ୟ ସମ୍ପାଦକ ପି ଦେବେନ୍ଦ୍ର ରାଓ, ଜୟନ୍ତ ବୈଠାରୁ, କୁନା ପାଢ଼ୀ ନାଏକ, ମିଥୁନ ନାଏକ, ପାଇଲ ମାଝି, ପାର୍ଥ ବର୍ଦ୍ଧନ ଉପସ୍ଥିତରେ ବ୍ଳକ ଅନ୍ତର୍ଗତ ୨୪ ଗୋଟି ଗ୍ରାମପଞ୍ଚାୟତର ଶତାଧିକ କଂଗ୍ରେସ ପ୍ରେମୀ ଯୋଗ ଦେଇଥିଲେ l ପୂର୍ବାହ୍ନରେ ଏହି ଗୌରବ ଯାତ୍ରା ସ୍ଥାନୀୟ ଗାନ୍ଧି ମଣ୍ଡପ ଠାରେ ଆରମ୍ଭ ହେଇଯାଇଥିଲେ l ନେତୃବୃନ୍ଦ ପ୍ରଥମେ ଭାରତ ଛାଡ଼ ଆନ୍ଦୋଳନରେ କଂଗ୍ରେସ ପ୍ରେମୀଙ୍କ ତ୍ୟାଗ ଓ ବଳିଦାନ ଉପରେ ଉପସ୍ଥିତ କଂଗ୍ରେସ ପ୍ରେମୀମାନଙ୍କୁ ଆଲୋକପାତ କରିଥିଲେ l ପରବର୍ତ୍ତୀ ସମୟରେ ଚଳିତ ସରକାରଙ୍କ ଅପାରଗତା ଉପରେ ବର୍ଷି ବିଭିନ୍ନ ନାରା ଦେଇ ଉକ୍ତ ଯାତ୍ରା ଆରମ୍ଭ କରି ସ୍ଥାନୀୟ ହନୁମାନ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ l ସେଠାରେ ପହଞ୍ଚି ଦଳର ସୁଦୃଢ଼ ପାଇଁ ନେତୃବୃନ୍ଦ ଉପସ୍ଥିତ କର୍ମୀମାନଙ୍କ ମଧ୍ୟରେ ଆଲୋଚନା କରିବା ପରେ ନିଜ ନିଜର ଭିତରେ ଭାଇଚାରା ବଞ୍ଚାଇ ରଖିବା ସହିତ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିବା ଦେଖିବାକୁ ମିଳିଥିଲା l କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜୟ ମାଝ, ଝିଜରୁ ମାଝି, କପିଳେନ୍ଦ୍ର ଟାକିରି, ନାରିନେତ୍ରୀ ଗୌରୀ ନାଏକ, କାର୍ତ୍ତିକ ନାଏକ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ l