ରାୟଗଡା ଆଇସିଆଇସିଆଇ ଫାଉଣ୍ଡେସନ ତରଫରୁ ଆଜାଦିକା ଅମୃତ ମହୋତ୍ସବ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ ଜିଲା କାଶୀପୁର ବ୍ଲକର ଖୁରୀଗାଁ, ଦୁଡ଼କାବାହାଲ, ବରିଗୁମା, କୁମାଖାଲ, ଭିତରପଦାମାଝି, ଚିରକୁଲି ଏବଂ ବନ୍ଧମାଣ୍ଡି ଗ୍ରାମ ଗୁଡିକରେ ଆଇସିଆଇସିଆଇ ଫାଉଣ୍ଡେସନ ସହାୟତାରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅତି ଆଡମ୍ବରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଗ୍ରାମବାସୀ ମାନଙ୍କୁ ୧୦୦୦ଟି ଜାତୀୟ ପତାକା ବଣ୍ଟନ କରାଯାଇ ଗ୍ରାମର ସମସ୍ତ ଘରେ ଘରେ ଓ ବୟସ୍କରୁ ଆରମ୍ଭ କରି କୁନି କୁନି ପିଲାଙ୍କ ସମେତ ବିଭିନ୍ନ ମହିଳା ସଂଗଠନକୁ ଏକତ୍ରିତ କରି ତିରଙ୍ଗା ପତକା ବଣ୍ଟନ କରାଯାଇଛି।
ଏହା ସହ ୧୩/୦୮/୨୦୨୨ରୁ ୧୫/୦୮/୨୦୨୨ ପର୍ଯ୍ୟନ୍ତ ପ୍ରତି ଘରେ ଜାତୀୟ ପତକା ଲଗେଇ ମାତୃଭୂମି ପ୍ରତି ସମ୍ମାନ ଜଣେଇବାକୁ ଆହ୍ୱାନ ଦିଆଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ରାୟଗଡା ଆଇସିଆଇସିଆଇ ଫାଉଣ୍ଡେସନର କର୍ମଚାରୀ କୃଷ୍ଣ ଚନ୍ଦ୍ର ନାଏକ, ବିପେନ୍ଦ୍ର ନାଏକ, ଗୋବିନ୍ଦ ନାଏକ, ଶ୍ରୀୟା ଦେବି ଓ ଭବାନୀ ନାଏକ ଗ୍ରାମ୍ୟ ସ୍ଥରରେ ତଦାରଖ କରିଥିବା ବେଳେ ଡେଭଲପମେଣ୍ଟ ଅଫିସର ରାକେଶ କୁମାର ଷଡ଼ଙ୍ଗୀ ପରିଚାଳନା କରିଛନ୍ତି l