ଗୁଣପୁରରେ ସତର୍କ ଜାରିକଲା ବିଭାଗ, ସୂଚନା ସଂକେତ ସତର୍କ ଟପିଲା ବଂଶଧାରା……..

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଜାରୀ ରହିଛି ଲଘୁଚାପଜନିତ ଲଗାଣ ବର୍ଷା l ଯାହା ଫଳରେ ଗତକାଲି ଠାରୁ ରାୟଗଡା ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ଆଲର୍ଟ ଜାରୀ କରାଯାଇଥିବା ବେଳେ ଏହି ଦୁଇ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ରେକଡ କରାଯାଇଛି l ଆଜି ଆଜି ଗୁଣପୁର ଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି l ଏଠାରେ ବିପଦ ସଙ୍କେତ ୮୪ ମିଟର, ସତର୍କ ସଂକେତ ୮୩ ମିଟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ବଂଶଧାରା ଜଳସ୍ତର ୮୩.୨୯ ମିଟରରେ ରହିଛି l ଗତ କାଳିଠାରୁ ବଂଶଧାରା ନଦୀର ଉପରମୁଣ୍ଡ ଚନ୍ଦ୍ରପୁର, ମୁନିଗୁଡା ଏବଂ ଗୁଡ଼ାରି ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିବା ଫଳରେ ବଂଶଧାରାର ଜଳସ୍ତର ବଢିବାରେ ଲାଗିଛି l ସେପଟେ ନାଗାବଳୀ ଏବଂ ଝଞ୍ଜାବତୀ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି l ତେବେ ଏହି ଦୁଇ ନଦୀରେ ଏଯାଏଁ ଜଳ ପତନ ମାପିବା ବ୍ୟବସ୍ଥା ନଥିବା ଯୋଗୁଁ ଲୋକେ ବିପଦ ସଙ୍କେତ କିମ୍ବା ସତର୍କ ସଂକେତ ନେଇ କୌଣସି ସୂଚନା ଜିଲ୍ଲାପ୍ରଶାସନ ପକ୍ଷରୁ ଦିଆଯାଇନଥିବା ବେଳେ ଉଭୟ ନଦୀର ତଳି ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ଡାକବାଜି ଯନ୍ତରରେ ସଚେତନ କରାଯାଉଛି l ଗତ କାଲି ରାତି ଠାରୁ ରାୟଗଡା ଜିଲ୍ଲାର ୧୧ ଟି ବ୍ଲକରେ ଲଗାଣ ବର୍ଷା ଲାଗିରହିଛି l ଫଳରେ ଜନଜୀବନ ପ୍ରଭାବିତ ହୋଇଛି l ଗତ ୨୪ ଘଣ୍ଟା ମଧ୍ୟରେ ଚନ୍ଦ୍ରପୁର ବ୍ଲକରେ ସର୍ବାଧିକ ୭୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇ ଥିବା ବେଳେ ଗୁଣପୁରରେ ୪୬.୦ମିଲି , ରାୟଗଡା ବ୍ଲକରେ ୨୫.୨ କୋଲନରା ବ୍ଲକରେ ୩୧.୨, କଲ୍ୟାଣସିଙ୍ଗପୁର ବ୍ଲକରେ ୪୬.୨ କାଶୀପୁର ବ୍ଲକରେ ୫୯.୦ ପଦ୍ମପୁର ବ୍ଲକରେ ୪୬.୪ ଗୁଡାରି ବ୍ଲକରେ ୫୭.୦ ରମନାଗୁଡା ବ୍ଲକରେ ୫୧.୪ ବିଷମକଟକ ବ୍ଲକରେ ୨୪.୨ ଏବଂ ମୁନିଗୁଡା ବ୍ଲକରେ ୪୫.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି l ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୬.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି l