ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁରର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡାରେ ଗୁରୁତର ହୋଇ ଚିକିତ୍ସାତ ହେଉଥିବା ସମୟରେ ବୃଦ୍ଦାଙ୍କ ମୃତ୍ୟୁ ଘଟିଛି l ବୃଦ୍ଦାଙ୍କ ଘର ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଉଲାପଦର ଗ୍ରାମରେ ହୋଇଥିବା ବେଳେ ତାଙ୍କ ନାମ କଣ୍ଡାଗିରି ରତ୍ନାଲୁ ୫୫ ବୟସ ଜଣା ପଡ଼ିଛି l ଶନିବାର ରତ୍ନାଲୁ ନିଜ ଧାନ ଜମିକୁ ଯାଇଥିଲେ l ସେହି ସମୟରେ ଏକ ସାପ ତାଙ୍କର ହାତକୁ କାମୁଡି ଦେଇଥିଲା l ଏହାପରେ ସେ ଘରକୁ ଫେରିଥିଲେ l ତାଙ୍କର ଅବସ୍ଥା ଗୁରୁତର ହେବାରୁ ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା l ହେଲେ ଚିକିସ୍ଚାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ପ୍ରଦାନ କରାଯାଇଛି l