ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲା ଅଧିନସ୍ଥ କୋଟଗଡ ବ୍ଲୋକ ଠାରେ ଥିବା ସିଆରପିଏଫ ଅଷ୍ଟମ ବାଟାଲିୟନ ପକ୍ଷରୁ ଅମୃତ୍ତ ମହୋତ୍ସବ ପାଳନ ଓ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି l ଦେଶବ୍ୟାପି ଦେଶବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱାଧୀନତା ଦିବସକୁ ଚିର ସ୍ମରଣୀୟ କରିବାକୁ ଅମୃତ୍ତ ମହୋତ୍ସବ ପାଳନ କରାଯାଉଛି l ସେହିପରି ଆଜି ପୂର୍ବାହ୍ନରେ କୋଟଗଡ ସିଆରପିଏଫ ଅଷ୍ଟମ ବାଟାଲିୟନ ପକ୍ଷରୁ ମଧ୍ୟ ସେକେଣ୍ଡ ଇନ କମାଣ୍ଡ ଫ୍ରାଚିଶ ତୀର୍କୀଙ୍କ ନେତୃତ୍ୱରେ ଇନିସ୍ପେକ୍ଟର ଏସଏମ ଶୁଭାନୀଙ୍କ ଆନୁକୂଲ୍ୟରେ ଅମୃତ୍ତ ମହୋତ୍ସବ ପାଳନ କରି ଏକ ସଚେତନତା ଶୋଭାଯାତ୍ରା କୋଟଗଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ବାହାରି ବଜାର ଦେଇ ବସଷ୍ଟାଣ୍ଡ ଏବଂ କୋଟଗଡ ଆଇଟିଆର୍ କଲେଜ ପର୍ଯ୍ୟନ୍ତ ଯାଇଥିଲେ l ସମସ୍ତ ଯବାନ ହାତରେ ଜାତୀୟ ପତାକା ଧରି ଭାରତ ମାତାକି ଜୟ ସ୍ଲୋଗାନ ସହ ଜାତୀୟ ସଂଗୀତ ଗାନ କରିବା ସହ ମାଇକ ଜରିଆରେ ଏହି ଆମ୍ବୃତ ମହୋତ୍ସବ ଅବସରରେ ଘରେ ଘରେ ଜାତୀୟ ପତାକା ଲଗାଇ ପାଳନ କରିବାକୁ ଆହ୍ୱାନ ଦେଇଥିଲେ l