ଆଜାଦି କୀ ଅମୃତ ମହୋତ୍ସବ ପାଳନ ଅବସରରେ ଦାରିଙ୍ଗବାଡ଼ିରେ ବଜାରରେ ତ୍ରିରଙ୍ଗା ଶୋଭାଯାତ୍ରା………..

ଅନୁସନ୍ଧାନ ଭାରତ(ବ୍ୟୁର): ଦାରିଙ୍ଗବାଡ଼ି ଠାରେ ଦାରିଙ୍ଗବାଡି ବଣିକସଙ୍ଘ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଆଜାଦି କୀ ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି l ଏଥିରେ ବଣିକ ସଂଘର ସମସ୍ତ ସଦସ୍ୟ ପ୍ରତି ମଟର ସାଇକେଲରେ ତ୍ରିରଙ୍ଗା ପତାକା ବାନ୍ଧି ଶିଵ ମନ୍ଦିର ପରିସରରେ ଏକତ୍ରିତ ହୋଇ ସେଠାରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ l ସେଠାରୁ ଦାରିଙ୍ଗବାଡ଼ି ସ୍ଥିତ ଡ଼ବେରୀ ଛକରୁ ବାହାରି ଦାରିଙ୍ଗବାଡ଼ି ବଜାର ପରିକ୍ରମା କରି, ହିଲଭୁୟ, ଗ୍ରୀନବାଡ଼ି, ତହସିଲ ପର୍ଯ୍ୟନ୍ତ ତ୍ରିରଙ୍ଗା ମଟର ସାଇକେଲ ଶୋଭାଯାତ୍ରା ହୋଥିଲା l ଶେଷରେ ପୁଣି ଶିଵ ମନ୍ଦିର ପରିସରରେ ପହଞ୍ଚି ଯାତ୍ରା ସମାପ୍ତ ହୋଇଥିଲା l ଏହି ସମୟରେ ପ୍ରତ୍ୟେକ ଘରେ ଘରେ ତ୍ରିରଙ୍ଗା ଲଗେଇ ସ୍ବାଧୀନତା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବଣିକ ସଂଘର ସଭାପତି ଲଡୁକିଶୋର ସାହୁ, ସଂପାଦକ ଏସ ରାମାରାଓ ପୃଷ୍ଟି, ଉପ ସଭାପତି ଦିଲ୍ଲୀପ କୁମାର ସାହୁ, କୋଷାଧ୍ୟକ୍ଷ ଭଗବାନ ସାହୁଙ୍କ ନେତୃତ୍ୱରେ ଅଜିତ କୁମାର ସାହୁ, ପଦୀପ କୁମାର ସାହୁ ତଥା ସମସ୍ତ ସଦସ୍ୟଙ୍କ ସହଯୋଗରେ ସଫଳ ହୋଇଥିଲ l