ଅନୁସନ୍ଧାନ ଭାରତ(ବ୍ୟୁର): ଆଜାଦିର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ପାଳୁଛି ସ୍ୱାଧୀନତାର ଅମୃତ ମହୋତ୍ସବ l ଆଜି ଦେଶ ପାଳନ କରୁଛି ୭୬ତମ ସ୍ୱାଧୀନତା ଦିବସ l ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଦେଶ । ଏହି ପୁଣ୍ୟ ଅବସରରେ ଲିମାପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାଆଡ଼ମ୍ବରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ପ୍ରଥମେ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ପ୍ରପନ୍ନ ତ୍ରିପାଠୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ତାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ ସହ ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦିଆଯାଇଥିଲା l ଏହା ପରେ ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ଵାରା ଏକ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଥିଲା l ପରେ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ ପରିବେଷଣ, ସଙ୍ଗୀତ ପରିବେଷଣ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ଦେବୀ, ରାଜେନ୍ଦ୍ର ଶବର, ପ୍ରମିଳା ପାଢ଼ୀ, ମାଝୀ ବାଉରୀ ଓ ମୋହିନୀ ମିନାକା ପ୍ରମୁଖ ପରିଚାଳନା କରିଥିଲେ l