ଜାତୀୟ ଦଳିତ ଖ୍ରୀଷ୍ଟିୟାନ ପରିଷଦ ନବରଙ୍ଗପୁର ଜିଲା ଶାଖା ପକ୍ଷରୁ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାବିପତ୍ର ପ୍ରଦାନ…..
ଅନୁସନ୍ଧାନ ଭାରତ(ବ୍ୟୁର): ଜାତୀୟ ଦଳିତ ଖ୍ରୀଷ୍ଟିୟାନ ପରିଷଦ ନବରଙ୍ଗପୁର ଜିଲା ଶାଖା ପକ୍ଷରୁ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଗଷ୍ଟ ୧୦ ତାରିଖକୁ ‘ପ୍ରତିବାଦ ଦିବସ’ ଭାବରେ ପାଳନ କରିବା ଅବସରରେ ସମସ୍ତ ରାଜ୍ୟରୁ ଏହି ଦାବିପତ୍ର ପ୍ରଦାନ କରିବା ପାଇଁ ନିସ୍ପତି ଅନୁସାରେ ନବରଙ୍ଗପୁର ଜିଲା ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଲା ଭାରତର ସମ୍ବିଧାନର ଅନୁସୂଚିତ ଜାତି ଵର୍ଗର ଖ୍ରୀଷ୍ଟିଆନ ସମ୍ପ୍ରଦୟ ଆଜିବି ମୌଳିକ ଅଧିକାରରୁ ବଂଚିତ l ଦିନକୁ ଦିନ ଭାରତୀୟ ଦଳିତ ଖ୍ରୀଷ୍ଟିଆନମାନଙ୍କ ସମ୍ବିଧାନିକ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବାରେ ଲାଗିଛି ବୋଲି ଜାତୀୟ ଦଳିତ ଖ୍ରୀଷ୍ଟିୟାନ ପରିଷଦ ନବରଙ୍ଗପୁର ଜିଲା ଶାଖା ପକ୍ଷରୁ କୁହା ଯାଇଛି । ଖ୍ରୀଷ୍ଟିଆନ ସମ୍ପ୍ରଦୟ ଦେଶର ମୂଳ ଜାତି ହୋଇ ମଧ୍ୟ ଜାତିଭିତ୍ତିକ ସଂରକ୍ଷଣରୁ ଵାଦ ଦିଆଯାଇଛି । ଭାରତର ଯେକୌଣସି ଜାତିର ଲୋକ ଯେକୌଣସି ଧର୍ମ ଗ୍ରହଣ କଲେ ଏସସି ଷ୍ଟାଟସ ମିଳେନାହିଁ ଯାହାକି ଅତ୍ଯନ୍ତ ଦୁର୍ଭାଗ୍ୟ ଜନକ ବୋଲି ସଂଘ ତରଫୁରୁ କୁହା ଯାଇଛି । ଏହି ନିସ୍ପତି ଦଳିତ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ଷଢ଼ଯନ୍ତ୍ର, ଧର୍ମ ଆଧାରରେ ପକ୍ଷପାତ ଏବଂ ଭେଦଭାବ କରାଯାଇଛି ବୋଲି ସଂଘର ସଦସ୍ୟ ମତପ୍ରକାଶ କରିଛନ୍ତି । ଏହି ବିଷୟରେ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ରଙ୍ଗନାଥ ମିଶ୍ର, ବହୁ ବୁଦ୍ଧିଜୀବୀ ଓ ବହୁ ସଂଗଠନ ମତାମତ ଦେଇଛନ୍ତି ଯେ, ଦଳିତ ଖ୍ରୀଷ୍ଟିଆନମାନଙ୍କୁ ଏସସି ଷ୍ଟାଟସ ଦିଆଯାଉ । ହେଲେ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରିତା କରାଯାଇ ନାହିଁ l ଏହାକୁ ନେଇ ଦାବିପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ପ୍ରେରଣ କରାଯାଇଛି ବୋଲି ସଂଘର ସଦସ୍ୟ ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଡ଼ଃ. ବିକ୍ରମ କୁମାର ନାଗ, ଉପ-ସଭାପତି ରେଭ ପଙ୍କଜ ସିପା, ରେଭ ପ୍ରଦୀପ କୁମାର ନନ୍ଦ, ସାଧାରଣ ସମ୍ପାଦକ ରେଭ ଡ଼ଃ ଶାମୁଏଲ ଲିମା, ଯୁଗ୍ମ ସମ୍ପାଦକ ରେଭ ଡ଼ଃ ଖ୍ରୀଷ୍ଟଦାନ ନାଗ, କୋଷାଧ୍ୟକ୍ଷ ରେଭ ଗାବ୍ରିଏଲ ସେନାପତି, ପ୍ରୋଗ୍ରାମ ସମ୍ପାଦକ ସୁକାନ୍ତ ନାଗ ଅର୍ଗାନାଇଜର ରେଭ ମାହେର ହିଆଲ, କୋଡିନେଟର ଯୋସେଫ କେନେଡି, ମିଡ଼ିଆ ସମ୍ପାଦକ ଈଶ୍ୱରଦାନ ସୁନା, ଉପଦେଷ୍ଟା ସନାତନ ମହାନ୍ତି, ଉପଦେଷ୍ଟା ସୁଧାଂଶୁ ସାଧୁ ଲିଗାଲ, ଉପଦେଷ୍ଟା ଫିରୋଜ ବାଘ, ତେଜବିନ ନାୟକ, ବାବୁଲା ପରିଚ୍ଛା, ବିରାଜ ମୋହନ କନ୍ଦପାନ, ଗାବ୍ରିଏଲ କର୍କରା, ଏନ. କେ. ଖୋସଲା, କିଶୋର କୁମାର ଟାକ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।