ଅନୁସନ୍ଧାନ ଭାରତ(ବ୍ୟୁର): ଦାରିଙ୍ଗବାଡ଼ିର ନୂତନ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭିସି ମାଧ୍ୟମରେ ଉଦଘାଟନ ହୋଇଥିବା ବେଳେ ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ବର୍ତ୍ତମାନ ଆଡ଼ମିସନ ଚାଲିଛି l ଉକ୍ତ ଅନୁଷ୍ଠାନରେ କୋପା, ଇଲେକ୍ଟ୍ରିକାଲ, ଫିଟର ଓ ଆରଏସି ମେକାନିକରେ ୧୧୨ ଗୋଟି ସିଟ ରହିଛି l ଏହି ଅନୁଷ୍ଠାନ ହେବା ପରେ ସ୍ଥାନୀୟ ପିଲାଙ୍କୁ ପଢିବାର ସୁବିଧା ମିଳିଥିବା ବେଳେ ଆଖପାଖ ଅଂଚଳର ପିଲା ମଧ୍ୟ ଏହି ଅନୁଷ୍ଠାନରେ ପଢିବାର ସୁବିଧା ପାଇବେ l ଏହା ପୂର୍ବରୁ ପିଲାମାନେ ଫୁଲବାଣୀ ସ୍ଥିତ ସରକାରୀ ଆଇଟିଆଇ ହଉ କିମ୍ବା ଅନ୍ୟ ଜିଲ୍ଲା ଆଇଟିଆଇରେ ଉପରେ ନିର୍ଭର କରୁଥିଲେ l ଯାହାକି ପିଲାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା l ବର୍ତମାନ ଉକ୍ତ ଅନୁଷ୍ଠାନ ଦାରିଙ୍ଗବାଡ଼ିରେ ହେବା ପରେ ସ୍ଥାନୀୟ ଛାତ୍ରଛାତ୍ରୀ ଉପକୃତ ହେବା ନେଇ ଅଂଚଳବାସୀ ଆଶା ପ୍ରକଟ କରିଛନ୍ତି l ଅନ୍ୟ ପକ୍ଷରେ ଉକ୍ତ ଅନୁଷ୍ଠାନରେ ଆଡମିଶନ ଆରମ୍ଭ ହୋଇଥିଲେ ସୁଦ୍ଧା ଛାତ୍ର ମାନଙ୍କ ପାଇଁ ହଷ୍ଟେଲ ସୁବିଧା ହୋଇନଥିବା ବେଳେ ଛାତ୍ରୀଙ୍କ ପାଇଁ ସେବାଶ୍ରମ ବିଦ୍ୟାଳୟ ହଷ୍ଟେଲ ସୁବିଧା କରାଯାଇଥିବା ଅଧକ୍ଷ ପ୍ରଦୀପ ସାହୁ କହିଛନ୍ତି l ଯାହାକି ସ୍ଥାୟୀ ହଷ୍ଟେଲ ନୁହଁ l ଏଣୁ ଯଥା ଶୀଘ୍ର ଉକ୍ତ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ସୁବିଧା ଯୋଗାଇ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି l ଏଥି ସହିତ ମୁଖ୍ୟ ରାସ୍ତା ଠାରୁ ଅନୁଷ୍ଠାନକୁ ପକ୍କା ରାସ୍ତା ନିର୍ମାଣ ସହିତ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି l ଆଇଟିଆଇରେ ଛାତ୍ରଛାତ୍ରୀଙ୍କ ପାଇଁ କଣ କଣ ସବୁ ସୁବିଧା ରହିଛି ସେନେଇ ଅଧକ୍ଷ ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କୁ ଲିଫ ଲେଟ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି l