ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗୀ କରଣ ତଥା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ…..

ଅନୁସନ୍ଧାନ ଭାରତ(ବ୍ୟୁର) :ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ତା୦୧ : ୦୮ ୨୦୨୨ରିଖ ଠାରୁ ତା – ୩୧.୦୩.୨୦୨୩ରିଖ ପର୍ଯ୍ୟନ୍ତ ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ନମ୍ବରକୁ ସଂଯୋଗିକରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଅଛି l ଯେଉଁ ଭୋଟରମାନଙ୍କର ମୂଳ ଭୋଟର ତାଲିକାରେ ନାମ ନ ଥିବ ସେମାନେ ନିଜ ବୁଥ୍ ସ୍ତରୀୟ ଅଧିକାରୀ ବା ନିଜେ ଭୋଟର ହେଲପ୍ ଲାଇନ୍ ଆପ୍ ମାଧ୍ୟମରେ ଫର୍ମ ନଂ – ୬ବି ରେ ଆବେଦନ କରିପାରିବେ l ଭୋଟର ତାଲିକାର ନମ୍ବର ସହ ଆଧାର ନମ୍ବରକୁ ସଂଯୋଗ କରିବା ନିହାତି ଆବଶ୍ୟକ l ଆଧାର ବ୍ୟତିତ ସେମାନେ ନିଜର ପାନ୍ କାର୍ଡ, ବ୍ୟାଙ୍କ ପାସ୍ ବହିର ନକଲ, ଡ୍ରାଇଭିଙ୍ଗ ଲାଇସେନ୍, ପାସ୍ ପୋଟର ନକଲ ଦେଇ ସେମାନେ ଭୋଟ ପରିଚୟର ନମ୍ବର ସହ ସଂଜୋଗ କରିପାରିବେ l ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ତା ୨୪ , ୦୯ , ୨୦୨୨ରିଖ ( ରବିବାର ) ଦିନ ସ୍ଵତନ୍ତ୍ର ଦିବସ ହିସାବରେ ବିବେଚନା କରି ପ୍ରତିଟି ଭୋଟରଙ୍କୁ ଭୋଟର ପରିଚୟ ପତ୍ରର ନମ୍ବର ସହ ଆଧାର ନମ୍ବରକୁ ସଂଯୋଗ କରିବାପାଇଁ ଅଗ୍ରାଧିକାର ଦିଆଯିବ l ପ୍ରତି ବର୍ଷ ଜାନୁୟାରୀ ମାସ ୧ ତାରିଖକୁ ଯୋଗ୍ୟ ବିବେଚିତ ତାରିଖ ଭାବରେ ଗ୍ରହଣ କରି ଭୋଟର ତାଲିକା ପ୍ରସ୍ତୁତ କରାଯାଉଥିଲା l କିନ୍ତୁ ବର୍ତ୍ତମାନ ନିର୍ବାଚନ ଆୟୋଗ ଚାରୋଟି ଯୋଗ୍ୟ ତାରିଖ ଯଥା- ପ୍ରତି ବର୍ଷର ଜାନୁୟାରୀ , ଏପ୍ରେଲ୍ , ଜୁଲାଇ ଏବଂ ଅକ୍ଟୋବର ମାସର ଏକ ତାରିଖକୁ ଯୋଗ୍ୟ ତାରିଖ ଭାବରେ ଗ୍ରହଣ କରିଛନ୍ତି l ତେଣୁ ଜଣେ ଭୋଟର ନିଜର ବୟସ ୧୮ ବର୍ଷରେ ପଦାର୍ପଣ କଲେ ନିଜର ନାମକୁ ଭୋଟର ତାଲିକାରେ ଯୋଗ କରିବା ସୁଗମ ହେବ l ପୂର୍ବ ପ୍ରଚଳିତ ଫର୍ମ – ୬ ( ନୂତନ ଭାବେ ନାମ ପଞ୍ଜିକରଣ କରିବା ) , ୭ ( ଭୋଟର ତାଲିକାରୁ ନାମ ବାଦ କରିବା ) , ୮ ( ଭୋଟର ତାଲିକାରେ ଥିବା ତଥ୍ୟକୁ ସଂଶୋଧନ କରିବା ) , ୮କ ( ନିଜ ବୁଥରେ ଥିବା ଗୋଟିଏ ଅନୁଭାଗରୁ ଅନ୍ୟ ଅନୁଭାଗକୁ ସ୍ଥାନ ପରିବର୍ତ୍ତନ କରିବା ବା ନିଜ ନିର୍ବାଚନ ମଣ୍ଡଳିର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ସ୍ଥାନାନ୍ତରଣ କରିବା , ୦୦୧ ( ଦୋହରା ପରିଚୟ ପତ୍ର ପାଇଁ ଆବେଦନ କରିବା ) ପାଇଁ ବ୍ୟବହୃତ ହେଉଥିଲା l କିନ୍ତୁ ବର୍ତ୍ତମାନ ଫର୍ମ ନଂ ୮କ ଏବଂ ୦୦୧ କୁ ନିର୍ବାଚନ ଆୟୋଗ ବାଦ ଦେଇଛନ୍ତି ଏବଂ ଫର୍ମ ୬ , ୭ , ୮ରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି l ଯୋଗ୍ୟ ବିବେଚିତ ଭୋଟର ଅନଲାଇନ ବା ଅଫଲାଇନ୍ ମାଧ୍ୟମରେ ନିଜେ ଆବେଦନ କରିପାରିବେ l ଜଣେ ଅଫଲାଇନ୍ ( ERO Net ) , ଅନଲାଇନ୍ ( Garuda App ) ବୁଥ୍ ସ୍ତରିୟ ଅଧିକାରୀଙ୍କ ଠାରେ , ଭୋଟର ହେଲପ୍ ଲାଇନ ଆପରେ, ଭୋଟର ପୋର୍ଟାଲ୍ , ନେସନାଲ୍ ଭୋଟର ସର୍ଭିସ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ l ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ସମସ୍ତ ଯୋଗ୍ୟ ବିବେଚିତ ୪୫୮୦ ଭୋଟରଙ୍କୁ ନିଜ ନିଜର ଭୋଟର କାର୍ଡ Speed Post ମାଧ୍ୟମରେ ପ୍ରେରଣ କରାଯାଇଅଛି l ଏଥ୍‌ରେ ଭୋଟରଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହାଁ l ଆଜି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧକ୍ଷତାରେ ଉକ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ, ନିର୍ବାଚନ ଦାୟିତ୍ୱରେ ଥିବା ଶ୍ରୀ ଅଚୁତା ନନ୍ଦ ଜାନି ଏବଂ ଜାତୀୟ କଂଗ୍ରେସ, ସିପିଆଇ, ବିଜେଡି ଦଳ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l