୫ ଜଣ ଦୃଷ୍ଟିହୀନଙ୍କୁ ଉଚ୍ଚଶିକ୍ଷା ପାଇଁ ଲାପଟପ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ଠାରେ ୫ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରାଯାଇଛି I ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି ଲାପଟପ ବଣ୍ଟନ କରିଥିଲେ I ଜିଲ୍ଲାରେ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ରେଲି ପାଠ୍ୟ-ପୁସ୍ତକର କୌଣସି ସୁବିଧା ନାହିଁ I ସେମାନେ ପାଇଥିବା ଲାପଟପ ମାଧ୍ୟମରେ ହିଁ ଉଚ୍ଚଶିକ୍ଷାର ଯେଉଁସବୁ ପାଠ୍ୟ ଖସଡ଼ା ରହିଛି ପାଇ ଥିବା ଲାପଟପକୁ ଆଧାର କରି ସେମାନେ ସହଜେ ପଢି ପାରିବେ I ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହାୟତରେ ଏହି ଲାପଟପ ଗୁଡିକ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରା ଯାଇଥିଲା I ପାରଳାଖେମୁଣ୍ଡି ଠାରେ ଥିବା ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ’ର ସହଯୋଗରେ ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଅନ-ଲାଇନ ଯୋଗେ ଲାପଟପ ପାଇବା ପାଇଁ ଦରଖାସ୍ତ କରିଥିଲେ I ଆଜି ସେହି ଲାପଟପ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ଠାରୁ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ହେଲେ ଶ୍ରୀ ସାଗର ଢୋଲିଆ, ଶ୍ରୀ ସୁଶାନ୍ତ ବଡରଇତ, ଶ୍ରୀ ଡି ମନ୍ମଥ ରାଓ, ଏଲିସା ଶବର ଏବଂ ମଞ୍ଜୁ ରଇତ I ଏହି ଲାପଟପ ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଶ୍ରୀ ଜୟରାମ ଶତପଥୀ, ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚଳ ଖମାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ପବିତ୍ର କୁମାର ଦାସ ଏବଂ ଭିନ୍ନକ୍ଷମ ଅନୁଷ୍ଠାନ \”ସମର୍ଥ’ର ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ I