ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ଉପ-ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ରୁଷିମାଳ ବାରୁଣୀ ତୀର୍ଥ କ୍ଷେତ୍ର ପରିଦର୍ଶନ କରିଛନ୍ତି l ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବର୍ଷା ହେବା ସତ୍ବେ ମଧ୍ୟ ଛତା ଧରି ଆଶା ବାଡି ସାହାଯ୍ୟରେ ସଂକୀର୍ଣ୍ଣ ପଥୁରିଆ ନାଳ ନର୍ଦ୍ଧମା, ଅଗମ୍ୟ ରାସ୍ତାରେ ପ୍ରାୟ ୪ କିଲୋମିଟରୁ ଉର୍ଦ୍ଧ ବଣଜଙ୍ଗଲ ରାସ୍ତାରେ ପାହାଡ ଉପରକୁ ଚଢିଥିଲେ l ସ୍ଥାନିୟ ଲୋକେ ସୁଜୟ ଦେଶମାଝୀ, କୃଷ୍ଣ ପାଟମାଝୀଙ୍କ ସହାୟକରେ ପାହାଡ ଶିଖର ଅଞ୍ଚଳ ପହଞ୍ଚି ଚତୁର ପାର୍ଶ୍ବରେ ଥିବା ବୃକ୍ଷରାଜି ଔଷଧଗୁଳ୍ମ ମୁନିରୁଷିମାନଙ୍କ ଗୁମ୍ଫାମାନ ପ୍ରାକୃତିକ ଝରଣା ରୁଷି ଆଶ୍ରମ ତଥା ବାଟିକାରେ ପ୍ରାୟ ୪ ଘଣ୍ଟାରୁ ଉର୍ଦ୍ଧ ସମୟ ପରିଦର୍ଶନ କରିବା ସହିତ ଅତିବାହିତ କରିଥିଲେ l ପ୍ରବଳ ବର୍ଷା ହେଉଥିବା ଯୋଗୁଁ ପାହାଡ ଶିଖ ଦେଶରେ ଥିବା ଆଶ୍ରମରେ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିଶ୍ରାମ କରି ସାଧୁ ସନ୍ଥଙ୍କ ଠାରୁ ବିଭିନ୍ନ ସାହିତ୍ୟ ଗ୍ରନ୍ଥ ସଂଗ୍ରହ କରି ପଠନ କରିଥିଲେ l ରୁଷିମାଳ ସମ୍ପର୍କରେ ଉପସ୍ଥିତ ଥିବା ସାଧୁ ସନ୍ଥ ମାନଙ୍କ ଠାରୁ ପଚାରି ବୁଝିଥିଲେ l ବର୍ଷା କମିବା ପରେ ସ୍ଥାନିୟ ଲୋକଙ୍କ ସାହାଯ୍ୟରେ ବାରୁଣୀ ତୀର୍ଥ କ୍ଷେତ୍ରର ଉତ୍ପତି ସ୍ଥଳ ବା ବାରୁଣୀ ସ୍ନାନ କୁଣ୍ଡକୁ ଯାଇ ସ୍ଥାନଟିର ଅବସ୍ଥିତି ଓ ଉନ୍ନତି କରଣ ସମ୍ପର୍କରେ ବୁଝିଥିଲେ l ଆଶ୍ରମରେ ରହୁଥିବା ସାଧୁ ସନ୍ଥମାନେ ରୁଷିମାଳ ତୀର୍ଥ କ୍ଷେତ୍ରର ଉତ୍ପତି, ମାହାତ୍ମ୍ୟ ଓ ପ୍ରାଚୀନ ଐତିହ ସମ୍ପର୍କରେ ଅବଗତ କରାଇଥିଲେ l କ୍ଷେତ୍ରଟିର ସୌନ୍ଦର୍ଯ୍ୟ ଓ ପାହାଡ ଚତୁଃପାର୍ଶ୍ଵରେଥିବା ଝରଣା, ଜଳ ପ୍ରପାତ, ଜଙ୍ଗଲ ପରିବେଷ୍ଟିତ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ତୀର୍ଥ କ୍ଷେତ୍ରଟି ସରକାରଙ୍କ ଦ୍ୱାରା ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦିଗରେ ଗୁରୁତ୍ୱ ଦେବା ନିମନ୍ତେ ରୁଷିମାଳ ବାରୁଣୀ କମିଟି ସମେତ ସ୍ଥାନିୟ ଲୋକେ ଉପ ଜିଲ୍ଲାପାଳ ଶ୍ରୀ ନାୟକଙ୍କୁ ଜଣାଇଥିଲେ l ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକର ଆଡିପଦର ଦେଇ ରୁଷିମାଳକୁ ପ୍ରଧାନମନ୍ତ୍ରୀ ରାସ୍ତା ସଂଯୋଗ, ବିଶ୍ରାମଗାର ନିର୍ମାଣ ବାରୁଣୀ ସ୍ଥାନକୁ ରାସ୍ତାର ସମ୍ପସାରଣ କାର୍ଯ୍ୟ ହାତକୁ ନିଆଯାଇଥିବା ନେଇ ବି ଡି ଓ ଶ୍ରୀ ପାତ୍ର ସୁଚନା ପ୍ରଦାନ କରିଛନ୍ତି l