ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର କଲେଜ ପ୍ରାଣୀ ବିଜ୍ଞାନର ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ବୁଧବାର ଦିନ ବିଦାୟ କାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଯୁଲୋଜି ଅଧ୍ୟକ୍ଷ ରାମ ପଣ୍ଡା ସଭାପତିତ୍ବ କରିଥିଲେ । ମୂଖ୍ୟ ଅତିଥି ଭାବେ ଗୁଣପୁର ପୌରପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଯୋଗ ଦେଇଥିଲେ । ଶିବ ପ୍ରସାଦ ଗୌଡ଼ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଉଚ୍ଚ ଶିକ୍ଷା ଲାଭ କରି ସୁନାଗରିକ ହେବା ପରାମର୍ଶ ଦେଇଥିଲେ ।
ଏଥି ସହ ଭବିଷ୍ୟତରେ କୌଣସି ସାହାଯ୍ୟ ଦରକାର ଥିଲେ ମୁଁ ସବୁ ସମୟରେ ଉପସ୍ଥିତ ରହିବି ବୋଲି ବକ୍ତବ୍ୟାରେ କହିଛନ୍ତି । ପ୍ରାଣ ବିଜ୍ଞାନରୁ ମୂଖ୍ୟ ସାଇ ଗାୟତ୍ରୀ ସହ ଅଭିପ୍ଝା ପ୍ରଧାନ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ଆଲୋଚନା ଚକ୍ର ପୁସ୍ତକ ମଧ୍ୟ ଉନ୍ମୋଚନ ହୋଇଥିଲା ।