ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଯୁକ୍ତ ଦୁଇ ବିଜ୍ଞାନର ଫଳାଫଳ ପ୍ରକାଶ ପାଇଛି I ଏହି ପରୀକ୍ଷାରେ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଥିବା ମହର୍ଷି ଗୁରୁକୂଳର ଛାତ୍ରଛାତ୍ରୀ ମାନେ ବାଜିମାତ କରିଛନ୍ତି I ଅନୁଷ୍ଠାନରୁ ମୋଟ ୨୨୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦୬ ଜଣ ପ୍ରଥମ ସ୍ଥାନ ଓ ୧୫ ଜଣ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି I
ସମଗ୍ର ଜିଲ୍ଲାରେ ୧୦ ଜଣ ୯୦ ପ୍ରତିଶତ ନମ୍ବର ରଖିଛନ୍ତି I ସେଥି ମଧ୍ୟରୁ ଅନୁଷ୍ଠାନ ପକ୍ଷରୁ ସର୍ବାଧିକ ୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ନମ୍ବର ରଖିଛନ୍ତି I ଜିଲ୍ଲାର ଟୋପ ୧୦ରେ ୮ ଜଣ ଏହି ଅନୁଷ୍ଠାନରୁ ସଫଳତା ହାସଲ କରିଛନ୍ତି I ୩୩ ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ନମ୍ବର ରଖି ଅନୁଷ୍ଠାନର ଟେକ ବଜାୟ ରଖିଛନ୍ତି I ଏହି ପରୀକ୍ଷାରେ ଅନୁଷ୍ଠାନର ଛାତ୍ର ପଦ୍ମ ଲୋଚନ ମିଶ୍ର ୫୫୫ ନମ୍ବର ରଖି ଅନୁଷ୍ଠାନର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ଅନୁଷ୍ଠାନର ପରିଚାଳନା କମିଟି ଏହି ସଫଳତାର ଶ୍ରେୟ ସବୁ ଛାତ୍ରଛାତ୍ରୀ, ଅବିଭାବକ ଓ ଷ୍ଟାଫ ମାନଙ୍କ ପାଇଁ ବୋଲି କହିଛନ୍ତି I ଏହି କୃତିତ୍ୱ ସମଗ୍ର ଟିମର ଅକ୍ଲାନ୍ତ ପରିଶ୍ରମର ଫଳ ବୋଲୀ ମତ ପ୍ରକାଶ କରିଛନ୍ତି I