ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମବଙ୍ଗ ରାଜନୀତି I ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ଲଢି ପରାଜିତ ହେବା ପରେ ଏବେ ଭବାନୀପୁରରୁ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ଦିଦି I ସେଥି ପାଇଁ ଏହି ଆସନରୁ ବିଧାୟକ ହୋଇଥିବା ଟିଏମସି ନେତା ଶୋଭନ ଦେବ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି I ଭବାନୀପୁର ମମତା ବାନାର୍ଜୀଙ୍କର ପାରମ୍ପାରିକ ଆସନ I ଏବେ ପୁଣିଥରେ କର୍ମଭୂମୀ ଭବାନୀପୁରରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ I
ଅନ୍ୟପକ୍ଷରେ ଶୋଭେନ ଦେବ ଚଟ୍ଟୋପାଧ୍ୟାୟ ବିଧାୟକ ପଦବୀରୁ ଇସ୍ତଫା ଦେବା ପରେ ମଧ୍ୟ କୃଷି ମନ୍ତ୍ରୀ ପଦରେ ରହିବେ I ଶୋଭନ ଦେବ କହିଛନ୍ତି ମମତା ବାନାର୍ଜୀଙ୍କୁ ୬ ମାସ ମଧ୍ୟରେ ରାଜ୍ୟର ଯେ କୌଣସି ଆସନରୁ ଜିତି ବିଧାନସଭାର ସଦସ୍ୟ ହେବାକୁ ପଡିବ I ତାଙ୍କ ଆସନରୁ ପ୍ରତିଦ୍ୱନ୍ଦିତା କରି ମୁଁ ବିଜୟୀ ହୋଇଥିଲି I ‘ମୁଁ ଏଥିପାଇଁ ଇସ୍ତଫା ଦେଉଛି ଦିଦି ସହଜରେ ବିଧାନସଭା ନିର୍ବାଚନ ଜିତନ୍ତୁ ଓ ମୁଖ୍ୟମନ୍ତ୍ରୀ ଭାବେ ପଶ୍ଚିମବଙ୍ଗବାସୀଙ୍କ ସେବା କରନ୍ତୁ ବୋଲି ଶୋଭନ ଦେବ ଚଟ୍ଟପାଧ୍ୟୟ I ୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା I ଭବାନୀପୁର ଆସନରୁ ତୃଣମୂଳ କଂଗ୍ରେସ ଟିକେଟରୁ ସୁବ୍ରତ ବକ୍ସି ନିର୍ବାଚିତ ହେବା ପରେ ପରେ ଇସ୍ତଫା ଦେଇଥିଲେ I ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଥାଇ ଭବାନୀପୁର ଆସନରୁ ନିର୍ବାଚନ ଲଢି ବିଧାନସଭାର ସଦସ୍ୟ ହୋଇଥିଲେ I