ଗଣମାଧ୍ୟମ ପ୍ରତିନିଧିଙ୍କୁ ସବ-ଇନ୍ସପେକ୍ଟରଙ୍କ ଆଶ୍ଲିଳ ଭାଷା ପ୍ରୟୋଗ ଘଟଣା, ଘୁ.ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କଲା କନ୍ଧମାଳ ଗଣମାଧ୍ୟମ ସଂଘ…
ଅନୁସନ୍ଧାନ ଭାରତ(ବ୍ୟୁର): ଗତ ୧୮/୦୫/୨୦୨୧ ତାରିଖ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଏସଆଇ ଦୀପକ ସାମନ୍ତ ସିଂହାର ଗଣମାଧ୍ୟମକୁ ଦୁର୍ବ୍ୟବହାର କରିଥିବା ପ୍ରତିବାଦରେ ଆଜି ଗଣମାଧ୍ୟମ ସଂଘ କନ୍ଧମାଳ ପକ୍ଷରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଘୁ.ଉଦୟଗିରିଙ୍କ ଜରିଆରେ ଆରକ୍ଷୀ ଅଧିକ୍ଷକ କନ୍ଧମାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି I
ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଗଣମାଧ୍ୟମ ସଂଘର ଉପ-ସଭାପତି ଗଗନ କୁମାର ପ୍ରଧାନ, ଉପ-ସଭାପତି ଫିଲିପ ଦିଗାଲ, ଗୁପ୍ତେଶ୍ଵର ପ୍ରଧାନ, ସୀମାଞ୍ଚଳ ସାହୁ, ଇସ୍ମାଇଲ ନାୟକ, ଇମ୍ମାନୁୟେଲ ମଳିକ, ସାମନ୍ତ ଶେଖର ନାୟକ, ତପସ୍ୱୀନୀ ମଲ୍ଲୀକ, ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ I ସୂଚନା ଥାଉ କି କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଗତ ୧୮ ତାରିଖ ମଧ୍ୟାନ ରାତ୍ରିରେ ଜଣେ କାର୍ଯ୍ୟରତ ସାମ୍ବାଦିକ, ଜିଲ୍ଲାପାଳ, ଆରଖି ଅଧିକ୍ଷକ, ଉପଖଣ୍ଡ ଆରଖି ଅଧିକ୍ଷକ, ଡିଆଇଜି ଏବଂ ଡିଜି ମୋର କିଛି କରିପାରିବେ ନାହିଁ ବୋଲି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଏସଆଇ ସାମନ୍ତ ସିଂହାରଙ୍କ ଅଡିଓ ଭାଇରାଲ ହୋଇଥିଲା I 

ଯାହାକି ସାମ୍ବାଦିକ ସମାଜ ପାଇଁ ସ୍ୱାଭିମାନ ହାନୀର କାରଣ ହୋଇଥିବା ଗଣମାଧ୍ୟମ ସଂଘ କନ୍ଧମାଳ ଅନୁଭଵ ହୋଇଛି I ଯଦି ପ୍ରଶାସନ ଏଥିପ୍ରତି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତା ହେଲେ ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଏବଂ ଥାନା ଅଞ୍ଚଳରେ ଆନ୍ଦୋଳନ କରାଯିବା ବୋଲି ଉପ-ସଭାପତି ଗଗନ କୁମାର ପ୍ରଧାନ କହିଛନ୍ତି I ଏହା ଆତ୍ୟନ୍ତ ଦୁଃଖର ଘଟଣା ଆଶ୍ଲିଳ ଭାଷା ବ୍ୟବହାର କରି ଥିବା ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଉପ-ସଭାପତି ଫିଲିପ ଦିଗାଲ I
ଯଦି ପ୍ରଶାସନ ସାମ୍ବାଦିକଙ୍କ ସୁରକ୍ଷା ଏବଂ ସ୍ୱାଭିମାନ ସୁରକ୍ଷା କ୍ଷେତ୍ରରେ ଯତ୍ନବାନ ନ ହୁଅନ୍ତି ତା ହେଲେ ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ଗଣମାଧ୍ୟମ ସଂଘ କନ୍ଧମାଳ ପକ୍ଷରୁ ଚେତାବନୀ ଦିଆଯାଇଛି I