ସୁଜାତା ପଟ୍ଟନାୟକ ଗୁଣପୁର ସମବାୟ ସମିତିର ଉପସଭାପତି ଭାବେ ନିର୍ବାଚିତ……

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଅଧିନସ୍ଥ ଗୁଣପୁର ସମବାୟ ସମିତିର ପରିଚାଳନା ସମିତି ନିମନ୍ତେ ଉପସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି I ଏହି ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା I ଉପସଭାପତି ପଦ ପାଇଁ ସୁଜାତା ପଟ୍ଟନାୟକ ଏକ ମାତ୍ର ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରି ଏ.ଶ୍ରୀନିବାସ ରାଓଙ୍କ ନିକଟରେ ଦାଖଲ କରିଥିଲେ I ଗୃହ ନିର୍ମାଣ ସମବାୟ ସମତିର ନିର୍ଦ୍ଦେଶିକ ଏ.ଶ୍ରୀନିବାସ ରାଓଙ୍କ ଦ୍ୱାରା ସୁଜାତା ପଟ୍ଟନାୟକ ଉପସଭାପତି ଭାବରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା I ଏହି ନିର୍ବାଚନ ଘୋଷଣା ପରେ ଉପସଭାପତି ଭାବେ ନିର୍ବାଚିତ ହୋଇ ଥିବା ସୁଜାତା ପଟ୍ଟନାୟକ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି I