ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଚନ୍ଦ୍ରପୁର ବ୍ଳକଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି I ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେଵ ସିଂହ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାମଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଗୁଣପୁର ଲୋକନାଥ ଦଲାବେହେରା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଏଲ.ଏନ ପୃଷ୍ଟି, ଗ୍ରାମୀୟ ଜଳଯୋଗାଣ ସହାକାରୀ ଯନ୍ତ୍ରୀ, ପ୍ରକଳ୍ପ ପ୍ରଶାସକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ, ଜଲବିଭାଜିକା ମିଶନ ପ୍ରକଳ୍ପ ନିର୍ଦେଶକ ଦୟାନିଧି ବାଗ, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିକ୍ଟରିଆ କୁଲ, ଅଧ୍ୟକ୍ଷ ଚନ୍ଦ୍ରପୁର ପଂଚାୟତ ସମିତି କୈନ କିମ୍ଵାକା, ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ,ନଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସମ୍ନାନ୍ୱିତ ଶିଶୁ ବିକାଶ ସିଡିପିଓ ଶ୍ରୀମତୀ ଲଳିତା ପୂଜାରୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ I 

ଆଜି ମୋଟ ୧୦୬ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା I ସେଥି ମଧ୍ୟରୁ ୫୯ଟି ବ୍ୟକ୍ତିଗତ ହୋଇଥିବା ବେଳେ ୩୮ଟି ସାମୁହିକ ଅଭିଯୋଗ ଆସିଥିଲା ଏବଂ ୫ଗୋଟି ଆର୍ଥିକ ସହାୟତା ନିମନ୍ତେ I ସ୍ୱାସ୍ଥ୍ୟ ଗତ ସମସ୍ୟା ନିମନ୍ତେ ୩ଜଣକୁ ୫ହଜାର ଲେଖାଏଁ ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ଆଉ ୨ଜଣକୁ ୫ହଜାର ଲେଖାଏଁ ମୋଟ ୨୫୦୦୦/-ଟଙ୍କା ସହାୟତା ପ୍ରଦାନ କରାଯାଇଛି I ଜିଲ୍ଲାପାଳ ଶ୍ରୀମତି ଦେଵସିଂ ଏହା ପରେ ବ୍ଲକର ଉନ୍ନୟନ ମୂଳକ କାମ ପରିଦର୍ଶନ କରିଥିଲେ I ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଡାକ୍ତର ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିବା ପରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହାପରେ ତହସିଲ କାର୍ଯ୍ୟାଳୟରେ ୧୪ଟି ବିଦ୍ୟାଳୟର ଆରଓଆର ପଟ୍ଟା ସହିତ ୨୭ଜଣକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମ ସମାପ୍ତ କରି ଜିଲ୍ଲାପାଳ ଚନ୍ଦ୍ରପୁର ବ୍ଲକର ୫ଟି ଅଧୀନରେ ଥିବା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷୟିତ୍ରୀ ସହିତ ଆଲୋଚନା କରାଯାଇଛି I