ଅନୁସନ୍ଧାନ ଭାରତ(ବ୍ୟୁର):କଳାହାଣ୍ଡି ଜିଲ୍ଲା ବ୍ରାହ୍ମଣ ସମାଜର ଆହ୍ୱାନ କ୍ରମେ ଆଜି ମ.ରାମପୁର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ମ.ରାମପୁର ବ୍ରାହ୍ମଣ ସମାଜ କମିଟି ଗଠିତ ହୋଇଇଛି। ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ମୁଣ୍ଡଙ୍କ ଉପସ୍ଥିତିରେ ଆଜି ଗଠିତ ହୋଇ ଥିବା ମ.ରାମପୁର କମିଟିରେ ସର୍ବ ସମତି କ୍ରମେ ସଭାପତି ଭାବେ ଶ୍ରୀ ଶିବ ପ୍ରସାଦ ଶତପଥୀ, ଉପସଭାପତି ଶ୍ରୀ ସହଦେବ ପାଢ଼ୀ ଓ ବାଲ ଗୋପlଲ ମିଶ୍ର, ସାଧାରଣ ସଂପାଦକ ଶ୍ରୀ ପ୍ରଶାନ୍ତ ସମନ୍ତ୍ରା, ସଂଗଠକ ସଂପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀ ଉଦ୍ଧବ ପଣ୍ଡା, କାର୍ଯ୍ୟକାରୀ ସଭ୍ୟ ଭାବେ ଶ୍ରୀ ତ୍ରିଲୋଚନ ଦାସ, ଅନ୍ତର୍ଯ୍ୟାମୀ ମିଶ୍ର, ମଳୟ ତ୍ରିପାଠୀ, ରାଜେଶ ପାଠକ ଓ ସନ୍ତୋଷ ନନ୍ଦ ମନୋନୀତ ହୋଇଥିବା ବେଳେ ପର୍ଶୁରାମ ସେନା ବ୍ଲକ ସଂଯୋଜକ ଶ୍ରୀ ମାନସ ରଞ୍ଜନ ପ୍ରହରାଜ ଓ ପ୍ରଜ୍ଞା ବାହିନୀ ସଂଯୋଜିକା ଶ୍ରୀମତୀ ସଂଯୁକ୍ତା ପୁରୋହିତ ମନୋନୀତ ହୋଇଥିଲେ l ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସତ୍ୟ ନାରାୟଣ ମହାପାତ୍ର , ଉପସଭାପତି ଶ୍ରୀ ଜନାର୍ଦ୍ଧନ ପଣ୍ଡା ଓ ଭବେନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ଶ୍ରୀ କମ୍ଭୁ ପାଣି ମିଶ୍ର ସଭାର ଆୟୋଜନ କରିଥିଲେ l ଏହା ସହ ରାକେଶ ଶତପଥୀ, ଅନିରୁଦ୍ଧ ପାଢ଼ୀ, ସରୋଜ ପଣ୍ଡା, ଅଶୋକ ପଣ୍ଡା, ସେସଦେଵ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l