ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ସେବାର ଶୁଭାରମ୍ଭ ………

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଦିନ ବହୁ ପ୍ରତିକ୍ଷୀତ ଅଲଟ୍ରାସାଉଣ୍ଡ ସେବାର ଶୁଭାରମ୍ଭ ହୋଇଛି l ଜିଲ୍ଲାପାଳଙ୍କ ଆନ୍ତରିକତା ଯୋଗୁଁ ବର୍ଷ ବର୍ଷ ଧରି ଅଟକି ଥିବା ଅଲଟ୍ରା ସାଉଣ୍ଡର ଶୁଭାରମ୍ଭ ହୋଇପାରିଛି l କନ୍ଧମାଳ ଜ଼ିଲ୍ଲାରେ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଜ଼ିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକଙ୍କ ପ୍ରଚେଷ୍ଟା ଯୋଗୁଁ ଦାୟିତ୍ୱ ନେବାର ସ୍ୱଳ୍ପ ଦିନ ମଧ୍ୟରେ ଜନ ସାଧାରଣଙ୍କ ଆବଶ୍ୟକତା ଉପଲବ୍ଧି କରିଥିଲେ l ତାଙ୍କ ଆଦେଶାନୁସାରେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦେଶ କ୍ରମେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ସପ୍ତାହରେ ୬ ଦିନ ଗର୍ଭବତୀ ମହିଳାଙ୍କ ନିମନ୍ତେ ଅଲଟ୍ରାସାଉଣ୍ଡ ସେବା ଉପଲବ୍ଧ ହେବ l ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ବିଜୟ କୁମାର ସୁର ଏବଂ ଡାକ୍ତର ଅରବିନ୍ଦ ଖୁଣ୍ଟିଆ ସପ୍ତାହରେ ତିନିଦିନ ଲେଖାଏଁ ସେବା ଯୋଗାଇବେ l ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନ ବହୁ ଦିନ ଧରି ପଡି ରହିଥିବା ସତ୍ତ୍ୱେ ସେବା ଉପଲବ୍ଧ ହୋଇପାରି ନଥିଲା l ଜିଲ୍ଳାପରିଷଦ ଅଧକ୍ଷା ନନ୍ଦିନୀ ମଳିକ ଓ ପ୍ରଶାସନର ସାଧୁ ଉଦ୍ୟମରେ ଏହି ସେବାର ଶୁଭାରମ୍ଭ ହୋଇଥିବାରୁ ଗରିବ ଜନ ସାଧାରଣ ବହୁତ ଉପକୃତ ହୋଇ ପାରିବେ l ସୂଚନାଯୋଗ୍ୟ ଯେ ପୂର୍ବରୁ ଅଲଟ୍ରା ସାଉଣ୍ଡ ପାଇଁ ରୋଗୀ ବ୍ରହ୍ମପୁର, ଭଞ୍ଜନଗର, ଭୁବନେଶ୍ୱର ଓ କଟକ ଯାଇ ଖର୍ଚ୍ଚାନ୍ତ ହେଉଥିଲା l ଏବେ ହାତ ପାହାନ୍ତାରେ ସୁବିଧା ଉପଲବ୍ଧ ହୋଇପାରି ଥିବାରୁ ବାଲିଗୁଡା ଉପଖଣ୍ଡବାସୀ ଜ଼ିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ ଓ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ କୃତଜ୍ଞତା ଜଣାଇଛନ୍ତି l