ଆଡିମାହା ଗ୍ରାମ ପଂଚାୟତବାସୀଙ୍କ ପାଇଁ ଦୁଃଖ ସାଜିଛି ଗମ୍ଭାରୀ ନଦୀ, ପୋଲ ନ ଥିବାରୁ ବିପଦ ସଂକୁଳ ଅବସ୍ଥାରେ ପ୍ରଖର ଶ୍ରତରେ ପାରି ହେଉଛନ୍ତି ଛାତ୍ରଛାତ୍ରୀ ଓ ରୋଗୀ…

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସ୍ୱାଧୀନତା ପ୍ରାପ୍ତିର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲା ପାଇଁ ବିକାଶ ଆଜିବି ଅପହଞ୍ଚ l ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜିଲ୍ଲାର ଅନେକ ଗାଁକୁ ଯାତାୟତ ପାଇଁ ରାସ୍ତା ନାହିଁ I ଯାହା ପାଇଁ ଲୋକେ ବହୁ ଦୁର୍ଦଶା ଭୋଗୁଛନ୍ତି I ସରକାରୀ କଳର ଉଦାସୀନତା ହେଉ ଅବା ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ଚରମ ଅବହେଳା ଯୋଗୁଁ ଗ୍ରାମାଞ୍ଚଳ ପାଇଁ ବିକାଶ ଅପହଞ୍ଚ I ସରକାର ବିକାଶ କରୁଛୁ ବୋଲି ଡିଣ୍ଡିମ ପିଟୁଥିବା ବେଳେ କିନ୍ତୁ ବାସ୍ତବିକ ଚିତ୍ର ଓଲଟା I ତେଣୁ ଜନସାଧାରଣଙ୍କ ଦ୍ୱାରା ରାଜନେତାଙ୍କ ପ୍ରତିଶୃତି ପାଣିର ଗାର ବୋଲି ଅଭିଯୋଗ ହେଉଛି I ଯାହାର ଜ୍ଵଳନ୍ତ ଉଦାହାର କି କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଆଡିମାହା ପଂଚାୟତରେ ଦେଖିବାକୁ ମିଳିଛି I ବହି ଯାଉଥିବା ଖରସ୍ରୋତା ଗମ୍ଭାରୀ ନଦୀ ଉପରେ ପୋଲ ନଥିବାରୁ ପଂଚାୟତର ଦୁର୍ଗମ ଗ୍ରାମ ଡୁଡୁଗୁମ, କାଚାବାଲି, କୁତୁଡୁପା, ଲିଙ୍ଗର ସାହି, କଲୋନୀ ସାହି, ବେଡିପଦର ସମେତ ଆଡିମାହା ଗ୍ରାମ ପଂଚାୟତର ୨୦୦୦ ରୁ ଉର୍ଦ୍ଧ ଗ୍ରାମବାସୀ ଦୁର୍ଦଶା ଭୋଗୁଛନ୍ତି I ବ୍ଲକ କାର୍ଯାଳୟ ଅଫିସ ସ୍କୁଲ କଲେଜକୁ ଆସିବାକୁ ହେଲେ କୋଡିଏ କିଲୋମିଟର ବାଟ ଦୂର ଅତିକ୍ରମ କରିବାକୁ ପଡୁଛି I ବର୍ଷା ଋତୁ ଆସିଲେ ସ୍କୁଲ କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ହାଇସ୍କୁଲ ନଥିବାରୁ ବଡ଼ ପିଲା ବିପଦ ସଂକୁଳ ଅବସ୍ଥାରେ ଭରା ନଦୀରେ ପାରି ହୋଇ ନିକଟସ୍ଥ ପଂଚାୟତ ମହାସିଂ ପାଟ୍ଟଶ୍ରୀ ଉଚ୍ଚ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସୁଥିବା ବେଳେ ଛୋଟ ପିଲା ଆସି ପାରୁ ନାହାନ୍ତି I ଫଳରେ ସ୍କୁଲ ରେ ଉପସ୍ଥାନ କମିବା ସହିତ ପିଲାଙ୍କ ପାଠ ପଢାରେ ବ୍ୟାଘତ ସୃଷ୍ଟି ହେଉଛି I ବର୍ଷା ତିନିମାସରେ ନଦୀ ଆରପାରିରେ ଥିବା ଗ୍ରାମବାସୀ ଏକ ପ୍ରକାର ଅଭିଶପ୍ତ ଜୀବନ କାଟନ୍ତି I ରୋଗୀ ପ୍ରସୂତି ମହିଳା ଓ ଶିଶୁ ମେଡିକାଲକୁ ଆସିନ ପାରି ଜୀବନ ଚାଲି ଯାଉଥିବା ମଧ୍ୟ ନଜିର ରହିଛି I କେତେବେଳେ ଅଘଟଣ ଘଟି ବହୁ ଅମୁଲ୍ୟ ଜୀବନ ଯେ ଚାଲିଯିବି କହିହେବ ନାହିଁ I ଏ ନେଇ ଗ୍ରାମବାସୀ ବାଲିଗୁଡା ବିଧାୟକ ଓ କ.ନୂଆଗାଁ ବିଡ଼ିଓ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଫଳସୁନ l ତୁରନ୍ତ ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପୋଲ ନିର୍ମାଣ ପାଇଁ ଅଭିଭାବକ ଓ ଗ୍ରାମବାସୀ ଦାବୀ କରିଛନ୍ତି l