ସିଲେଟପଡା-କୁଶୁର୍ଲା ଏନଏଚ ୫୯ନଂ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ପିଡ଼ବ୍ଳଡି ରାସ୍ତାର ଉଠିଲା ପିଚୁ , ମରାମତି ନ କରି କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ……

ଅନୁସନ୍ଧାନ ଭାରତ(ବ୍ୟୁର) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସିଲେଟ ପଡା ଠାରୁ କୁଶୁର୍ଲା ପୁର୍ତ୍ତ ବିଭାଗ ଅଧିନରେ ଥିବା ମୁଖ୍ୟ  ରାସ୍ତାର ପିଚୁ ଉଠିବା ଦ୍ବାରା ରାସ୍ତା ବର୍ତ୍ତମାନ ଖାଲଖମାରେ ପରିପୁର୍ଣ୍ଣ ହୋଇଛି l ତେଣୁ ବର୍ଷା ଦିନ ହେଲେ ଯାତାୟତରେ ବହୁତ ଅସୁବିଧା ହେଉଥିବା ଅଂଚଳ ବାସୀ ଅଭିଯୋଗ କରିଛନ୍ତି । ଏନେଇ ଅନେକ ଥର ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରିଙ୍କୁ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ଏହାର ମରାମତି କାର୍ଯ୍ୟ  ହୋଇ ପାରୁନାହିଁ ବୋଲି କର୍ଲାମୁଣ୍ଡା (ଖ) ଜୋନ ଜିଲ୍ଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ ଗଣମାଧ୍ୟମ  ଆଗରେ ପ୍ରକାଶ କରିଛନ୍ତି l ଏହି ରାସ୍ତା ଉପରେ ସାପଲହରା, ରେଗେଡା, ଯୋରାଡବରା ଗ୍ରାମପଞ୍ଚାୟତରେ ଲୋକେ ନିର୍ଭର କରୁଥିବା ବେଳେ ଦୈନିକ ଶହ ଶହ ସଂଖ୍ୟାରେ ଛୋଟ ବଡ ଯାନ ଜାତାୟାତ କରିଥାଏ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ରାସ୍ତାର ପ୍ରାୟ ୨ କିଲୋମିଟର  ପିଚୁ ଉଠିବା ସହ ଗାତ ସୃଷ୍ଟି ହୋଇଥିବା ବେଳେ ରାସ୍ତା ମଝିରେ ବଡ ବଡ ମେଟାଲ ଓ ଉଭୟ ପାର୍ଶ୍ୱରେ ବଡ ମେଟାଲ ପଡି ରହିଥିବାରୁ ଅନେକ ସମୟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ସାଇକଲରୁ ତଳେ ପଡି ଗୁରୁତର ଆହତ ହେଉଥିବା ଘଟଣା ପଦାକୁ ଆସିଛି I ଏହା ସହ ବାଇକ ଚାଳକମାନେ ମଧ୍ୟ ଘୋର ଅସୁବିଧାର ସମୁଖିନ୍ ହେଉ ଥିବା କହିଛନ୍ତି ।  ଏଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଶିଘ୍ର ରାସ୍ତା ମରାମତି କରିବା ପାଇଁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି l