ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜ଼ିଲ୍ଲା ପ୍ରଶାସନର ମିଳିତ ସହଯୋଗ ରେ ଗତ ୫ ତାରିଖ ରୁ ୮ ତାରିଖ ମଧ୍ୟରେ କଳାକାର ଚୟନ ପ୍ରକ୍ରିୟା ବାଲିଗୁଡା ଟାଉନ ହଲ ଓ ଗାନ୍ଧୀ ସ୍ମୁତି ଭବନ ଫୁଲବାଣୀ ରେ ଶେଷ ହୋଇଛି l ଚୟନ ପ୍ରକ୍ରିୟା ରେ ଜ଼ିଲ୍ଲାର ବାରଗୋଟି ବ୍ଲକ ର ଲୋକକଳା ଦଳ ଅଂଶ ଗ୍ରହଣ କରିଥିଲେ କିନ୍ତୁ ବହୁପୁରାତନ ସଂସ୍କୃତି ସଂକୀର୍ତ୍ତନ ଦଳକୁ ଅଂଶ ଗ୍ରହଣ ପାଇଁ ସୁଯୋଗ ମିଳିନଥିଲା l ରାଜ୍ୟର ନୂଆପଡା ମାଲକାନଗିରୀ ଓ ଅନାନ୍ୟ ଜ଼ିଲ୍ଲାର ସଂକୀର୍ତ୍ତନ ଦଳ ଅଡିସନ ଦେଇଥିବା ବେଳେ କେଉଁ କାରଣରୁ କନ୍ଧମାଳର କୀର୍ତ୍ତନ ଦଳକୁ ଅନୁମତି ମିଳିନଥିଲା l ବର୍ଷ ବର୍ଷ ଧରି ଏହି କୀର୍ତ୍ତନ ସାଂସ୍କୃତିକ ଦଳ ଗାଁ ଗାଁ ରେ କଳା ସଂସ୍କୃତି ବଞ୍ଚାଇ ରଖିଥିବା ବେଳେ କନ୍ଧମାଳ କଳାକାରକୁ କାହିଁକି ଅନୁମତି ମିଳିଲା ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ସଂକୀର୍ତ୍ତନ କଳାକାର ଦଳ କୁ ଚୟନ ପ୍ରକ୍ରିୟା ରେ ସାମିଲ କରିବାପାଇଁ ପୂର୍ଵରୁ ଜ଼ିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଅକ୍ଷୟ କର୍ଣ୍ଣ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଶୁଣିନଥିଲେ l ବିଭିନ୍ନ ଜ଼ିଲ୍ଲାରେ ସଂକୀର୍ତ୍ତନ ଦଳ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିବା ଭିଡିଓ ସାମାଜିକ ଗଣମାଧ୍ୟମ ରେ ଭାଇରଲ ହେବାପରେ କନ୍ଧମାଳ କଳାକାର ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି l ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ କୀର୍ତ୍ତନ ଦଳ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରି ପାରିଲେ ନାହିଁ ବୋଲି କଳାକାର ମାନେ ଅଭିଯୋଗ କରିଛନ୍ତି l ସରକାର ପ୍ରାଚୀନ ସଂସ୍କୃତି ଭାଗବତ ଟୁଙ୍ଗୀ ର ପୁନଃ ଉଦ୍ଧାର ପାଇଁ ଅଣ୍ଟାଭିଡିଛନ୍ତି କିନ୍ତୁ ଆଖି ଦୃଷ୍ଟିଆ କାର୍ଯ୍ୟ ହୋଇନାହିଁ l ବିନା ସଂକୀର୍ତ୍ତନ ଦଳ ରେ କିଭଳି ଭାଗବତ ଟୁଙ୍ଗୀ ପୁନଃ ଉଦ୍ଧାର ହେବ ସେନେଇ ଆଶଙ୍କା ସୃଷ୍ଟି ହୋଇଛି ଏହା ଏକ ହାସ୍ୟାସ୍ପଦ କଥା ବୋଲି ଜ଼ିଲ୍ଲା କଳାକାର ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କର୍ଣ୍ଣ ଗଣ ମାଧ୍ୟମ କୁ କହିଛନ୍ତି l କନ୍ଧମାଳ ର ସଂକୀର୍ତ୍ତନ ଦଳ କୁ ଚୟନ ପ୍ରକ୍ରିୟା କରି ପୁନଃ ସୁଯୋଗ ଦେବାପାଇଁ ଜ଼ିଲ୍ଲାର ପାରମ୍ପରିକ ଲୋକକଳାକାର ସଂଘ ଗଣତାନ୍ତ୍ରିକ ପଦ୍ଧତି ରେ ଆନ୍ଦୋଳନ ସହ ଜ଼ିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ଦେବାପାଇଁ ପ୍ରସ୍ତୁତ ହେଉଛି l