ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ଠାରେ ତବଲା ପ୍ରଶିକ୍ଷଣ ନିମିତ୍ତ ଏକ ବିଶେଷ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀର ଏକ ସଂସ୍ଥା ରୁଟ ଟୁ ରୁଟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଆନୁକୁଲ୍ୟରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିହାର ରାଜଧାନୀ ପାଟଣାର ବିଶିଷ୍ଟ ତବଲା ବାଦକ ଗୁରୁ ନନ୍ଦନ କୁମାର ଠାକୁର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ତବଲା ବାଦନ କୌଶଳ ଶିକ୍ଷା ଦେଇଥିଲେ ।
କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ନାହାର ସିଂ ମୀନା ଛାତ୍ର ଛାତ୍ରୀ ମାନେ ତବଲା ବାଦନ ମନ ଲଗାଇ ଆଗ୍ରହର ସହ ଶିଖିବା ନିମନ୍ତେ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନେ ତବଲା ବଜାଇବା କୌଶଳ ଶିଖିବା ସଙ୍ଗେ ସଙ୍ଗେ ମନୋରଞ୍ଜନ କରିଥିଲେ । ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ନରେନ୍ଦ୍ର କୁମାର ବର୍ମା କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ର ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।