ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲକୁ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଏକ ଲକ୍ଷ ପାଞ୍ଚ ହଜାର ଟଙ୍କାର ଅନୁଦାନ ରାଶି ପ୍ରଦାନ…..

।।

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ଗୁଡୁରି ପଡ଼ି ଠାରେ ଥିବା ସର୍ବପୁରାତନ ସ୍ୱାସ୍ଥ୍ୟ କେନ୍ଦ୍ର ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟୟାନ ହସ୍ପିଟାଲକୁ ପୁନଃରୁଧାର କରିବା ପାଇଁ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହରରେ ରହୁଥିବା ପ୍ରବାସୀ ଭାରତୀୟ ଶ୍ରୀ ରାଜୀବ ନାୟକ ଏକ ଲକ୍ଷ ପାଞ୍ଚ ହଜାର ଅନୁଦାନ ରାଶି ପ୍ରଦାନ କରିଛନ୍ତି I ଏହି ଅନୁଦାନ ରାଶି ଏମଏମସିଏଚଟିର ସିଇଓ/ଆଡ଼ମିଷ୍ଟ୍ରେଟର ଡଃ ପ୍ରଦୀପ ଚନ୍ଦ୍ର ମଲ୍ଲୀକଙ୍କୁ ୩ ଏପ୍ରିଲ ୨୦୨୨ରିଖ ଦିନ ପ୍ରଦାନ କରିଛନ୍ତି I ଉକ୍ତ ଅନୁଦାନ ରାଶିରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଅସ୍ତ୍ରୋପଚାର ଗୃହର ପୁନଃରୁଧାର କରାଯାଇ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି I ସୂଚନା ଥାଉ କି ୧୯ ଦଶକରେ ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟୟାନ ହସ୍ପିଟାଲ କନ୍ଧମାଳ ଜିଲ୍ଲା ତଥା ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଗରିବ ଜନ ସାଧାରଣଙ୍କୁ ବିନା ଖର୍ଚ୍ଚରେ ଚିକିତ୍ସା ସେବା ଯୋଗାଇ ବେଶ ସୁନାମ ଅର୍ଜନ କରିଥିଲା I ଯେଉଁ ସେବାକୁ ଆଜି ମଧ୍ୟ ଝୁରୁଛନ୍ତି ସାଧାରଣ ଜନତା I ଇତିହାସ ସଦାବେଳେ ଅତୀତରେ ଘଟି ଯାଇ ଥିବା ଘଟଣାର ପ୍ରମାଣ ଦେଇଥାଏ I ଏବେବି ବଞ୍ଚିଛି ମୂର୍ସହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲର ଇତିହାସ I ହେଲେ ପୁନଃରୁଧାର ପାଇଁ ଅଭାବ ରହିଛି ଏକତା, ଇଚ୍ଛା ଶକ୍ତି ଏବଂ ଆର୍ଥିକ ସହାୟତା I ଯାହା ପାଇଁ ଏହି ପ୍ରସିଦ୍ଧ ହସ୍ପିଟାଲ ଆଜି ଚିକିତ୍ସା ସେବା ଯୋଗାଇବାରୁ ବଞ୍ଚିତ I ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଡାକ୍ତର ପ୍ରଦୀପ ଚନ୍ଦ୍ର ମଲ୍ଲୀକ ଏମେଏମସିଚଟିର ପୁନଃରୁଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି I କିଛି ବର୍ଷ ପୂର୍ବେ ଖ୍ରୀଷ୍ଟିଆନ ସଂସ୍ଥା ଗୁଡ଼ିକ ହସ୍ପିଟାଲର ପୁନଃରୁଦ୍ଧାର ପାଇଁ ଆପ୍ରାଣ ଉଦ୍ୟମ କରି ଚିକିତ୍ସା ସେବା ଯୋଗାଇ ଦେଉ ଥିଲେ I କିନ୍ତୁ ତାହା ମଧ୍ୟ ଅଳ୍ପ ଦିନ ପରେ ବନ୍ଦ ହୋଇ ଥିଲା I ଏହା ସହ ଡାକ୍ତର ପ୍ରଦୀପ ଚନ୍ଦ୍ର ମଲିକ ମଧ୍ୟ ହସ୍ପିଟାଲର ପୁନଃରୁଦ୍ଧାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟମ ଜାରୀ ରଖି ଥିବା ଦେଖିବାକୁ ମିଳିଛି I ଆର୍ଥିକ ସଙ୍କଟ ଯୋଗୁଁ ହସ୍ପିଟାଲ ଚାଲୁ କରିବା ସମ୍ଭବ ହୋଇ ପାରୁନ ଥିବା ଡାକ୍ତର ମଲିକ ପ୍ରକାଶ କରିଛନ୍ତି I ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଅଷ୍ଟ୍ରେଲିଆର ପ୍ରବାସୀ ଭାରତୀ ଅନୁଦାନର ଭୂମିକା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି I ତେଣୁ ଅନୁଦାନ ପ୍ରଦାନ କାରୀଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହରରେ ରହୁଥିବା ପ୍ରବାସୀ ଭାରତୀୟ ଶ୍ରୀ ରାଜୀବ ନାୟକଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ସାଧୁବାଦ ଜଣାଇ ଛନ୍ତି I