କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀଙ୍କ ତିନି ଦିନିଆ କନ୍ଧମାଳ ଗ୍ରସ୍ତ, ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଜାରୀ ରହିଛି ଉନ୍ନୟ କାମର ସମୀକ୍ଷା…..

ଅନୁସନ୍ଧାନ ଭାରତ(ବ୍ୟୁର): କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀଙ୍କ ତିନି ଦିନିଆ କନ୍ଧମାଳ ଗ୍ରସ୍ତ l ଗତକାଲି କନ୍ଧମାଳ ଜ଼ିଲ୍ଲାର କୋଟଗଡ ତୁମୁଡିବନ୍ଧ ଗ୍ରସ୍ତରେ ଯାଇ ବିଭିନ୍ନ ଉପାନ୍ତ ଗ୍ରାମ ଗ୍ରସ୍ତ କରିଥିଲେ ଏବଂ ବିଭିନ୍ନ ଗାଁ ରେ ସଂଖ୍ୟାଲଘୁ ଲୋକଙ୍କ ସହ ବୈଠକ କରିଥିଲେ ସନ୍ଧ୍ୟାରେ ବାଲିଗୁଡା ଉପଜ଼ିଲ୍ଲା ପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଜ଼ିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ କରେ ଯୋଗଦେଇଥିଲେ l କନ୍ଧମାଳ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ଜ଼ିଲ୍ଲା ସ୍ତରୀୟ ବିଭାଗୀୟ ଅଫିସରଙ୍କ ସହିତ ଆଲୋଚନା କରିଥିଲେ l ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା l ପ୍ରଧାନମନ୍ତ୍ରୀ ଆବାସ ଯୋଜନା l ଜାତୀୟ ସ୍ୱାସ୍ଥ୍ୟ ମିଶନ l ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ l ଖାଉଟି, ଶିକ୍ଷା ଫସଲ ବୀମା. ଦୀନ ଦୟାଲ ଗ୍ରାମୀଣ ଯୋଜନା ଆଦିବାସୀ ଉନ୍ନୟନ ବିଭାଗ କୁଟିଆ କନ୍ଧ ଡେଭଲପମେଣ୍ଟ ଅଥରଟି ପ୍ରଧାନମନ୍ତ୍ରୀ କୃଷି ସଂଚାର ଯୋଜନା ଏବଂ ସଂଖ୍ୟା ଲଘୁଙ୍କ ନିମନ୍ତେ ଦିଆଯାଉଥିବା ସରକାରୀ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ l ବାଟ ମାରଣା ଓ ସଚେତନତା ଅଭାବରୁ କନ୍ଧମାଳରେ ପ୍ରକୃତ ହିତାଧିକାରୀ ଙ୍କ ପାଖରେ ସରକାରୀ ସୁବିଧା ପହଂଚି ପାରୁନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏବଂ କର୍ମନିଯୁକ୍ତି ଜ଼ିଲ୍ଲାରେ ନଥିବାରୁ ଜ଼ିଲ୍ଲାର ଯୁବକ ଯୁବତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି l ସରକାରୀ ପ୍ରକଳ୍ପ ମନେରଗାରେ ମଣିଷ ବଦଳରେ ମେସିନ କାମ କରୁଛି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଯୋଗୁଁ ପ୍ରକୃତ ହିତାଧିକାରୀ ଯୋଜନା ପାଇବାରେ ବଞ୍ଚିତ ହେଉଛନ୍ତି l କେନ୍ଦ୍ର ଓ ରାଜ୍ୟ ଆନ୍ତରିକତାର ସହ କାମ କଲେ ଜ଼ିଲ୍ଲାର ବିକାଶ ହେବ ବୋଲି ପ୍ରତିକ୍ରିୟାରେ କହିଥିଲେ l