ମହାଆଡମ୍ବରରେ ସମାପ୍ତ ହେଲା ହୁଡାଯାତ୍ରା ………

ଅନୁସନ୍ଧାନ ଭାରତ(ବ୍ୟୁର): ପବିତ୍ର ବାହୁଡା ଯାତ୍ରା ଅବସରରେ ଭଞ୍ଜନଗର ଓ ଏହାର ଆଖପାଖ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି । ବାହୁଡା ଯାତ୍ରା ପାଇଁ ଆଜି ମନ୍ଦିର ଗୁଡ଼ିକ ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବା ସହ ଚତୁର୍ଥାମୂର୍ତ୍ତିଙ୍କ ପହଣ୍ଡି କରାଯାଇଥିଲା । ରଥରେ ପୂଜାର୍ଚ୍ଚନା ଓ ଛେରା ପହଁରା ପରେ ରଥଟଣା ଆରମ୍ଭ ହୋଇଥିଲା। ଭଞ୍ଜନଗର ସହର ସମେତ କୁଲାଡ଼, ବଡ଼କୋଦଣ୍ଡା, ଭେଜିପୁଟ, ଗାଲେରୀ ଦଧିବାମନ ଠାକୁର ଠାରେ ଧୁମଧାମରେ ପବିତ୍ର ବାହୁଡା ଯାତ୍ରା ପାଳିତ ହୋଇଛି । ପୋଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପାଗ ଅନୁକୂଳ ରହିଥିବାରୁ ବହୁ ଭକ୍ତ ଦର୍ଶନ ଆସିଥିବା ଦେଖିବାକୁ ମିଳିଛି।