ତୁମୁଡ଼ିବନ୍ଧ ଠାରେ ଚାରା ବିତରଣ କେନ୍ଦ୍ର ଉଦଘାଟିତ……

ଅନୁସନ୍ଧାନ ଭାରତ(ବ୍ୟୁର): ତୁମୁଡ଼ିବନ୍ଧ ଠାରେ ଚାରା ବିତରଣ କେନ୍ଦ୍ର ଉଦଘାଟନ ହୋଇଛି l କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବନାଞ୍ଚଳ କାର୍ଯ୍ୟଳୟ ଠାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିଵର୍ତ୍ତନ ବିଭାଗ ଦ୍ୱରା ବନ ଉତ୍ସବ ସପ୍ତାହ ପାଳନ ଅବସରରେ ତୁମୁଡ଼ିବନ୍ଧରେ ଚାରା ବିତରଣ କେନ୍ଦ୍ର ଉଦୁଘାଟନ କରାଯାଇଛି l ସ୍ଥାନୀୟ ବନବିଭାଗ କାର୍ଯ୍ୟଳୟ ସମୁଖରେ ବିତରଣ କେନ୍ଦ୍ରକୁ ତୁମୁଡ଼ି ବନ୍ଧ ସରପଞ୍ଚ ଶ୍ରୀମତୀ ପ୍ରିୟଙ୍କା ପୋଡ୍ରା ଉଦଘାଟନ କରିଛନ୍ତି l ସ୍ଥାନୀୟ ଜନ ସାଧାରଣ ଙ୍କ ଉଧେଶ୍ୟରେ ଏକା ଧିକ ପ୍ରକାରର ଫଳ ବୃକ୍ଷ ଗଛ ବିତରଣ କେନ୍ଦ୍ରରେ ରଖାଯାଇଛି l ଗଛ ଦେଖି ଲୋକ ମଧ୍ୟ ନେବା ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବାର ଦେଖା ଦେଇଛି l ଏହି କାର୍ଯ୍ୟରେ ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଲଳିତ ମୋହନ ନାୟକ, ବନପାଳ ଶ୍ରୀ ଜ୍ୟୋତିରାଜ ମଲିକ, ବନପାଳ ଶ୍ରୀ ମନମତ ପରିଚ୍ଛା, ଦିଲିପ ପ୍ରଧାନ, ଶ୍ରୀରାମ ପଣ୍ଡା ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ ଗଛ ଲଗାଇବା ନିମନ୍ତେ ଉସଚାହିତ ହିତ କରିଥିଲେ l