ମଧ୍ୟବିତ ଶ୍ରେଣୀର ଲୋକ ଆଜି ସରକାରୀ ସୁବିଧାରୁ ବଞ୍ଚିତ: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ

ଅନୁସନ୍ଧାନ ଭାରତ(ବ୍ୟୁର): ମହାମାରୀ କରନା ହେଉ କି ଯେ କୋୖଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ମଧ୍ୟବିତ ବର୍ଗର ଲୋକେ ସବୁବେଳେ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛି ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ I ସମାଜର ସମ୍ପୂର୍ଣ୍ଣ ଜନସଂଖ୍ୟାର ଏକ ବୃହତ ଅଂଶ ଯାହାକି ପାଖାପାଖି ୪୦ ପ୍ରତିସଦ ଲୋକଙ୍କୁ ସରକାର ମଧ୍ୟବିତ ବୋଲି କହି ବିଭିନ୍ନ ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ କରୁ ନାହାନ୍ତି I ସରକାର ସେମାନଙ୍କ ପ୍ରତି ପକ୍ଷପାତିତା କରିବା ଦ୍ବାରା ଏହି ବର୍ଗ ର ଲୋକଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଛି I ଏହା ମଧ୍ୟବିତ ଶ୍ରେଣୀର ଲୋକମାନଙ୍କ ପ୍ରତି ଏକ ଭୟଙ୍କର ସରକାରୀ ସଡ଼ଯନ୍ତ୍ର ବୋଲି ଅଭିିିଯୋଗ କରାଯିବା ସହ ମହାସଙ୍ଘ କନ୍ଧମାଳ ଶାଖାର ସଭାପତି ମକରଧ୍ୱଜ ନାୟକ ନେତୃତ୍ୱରେ ଦାବୀ ପତ୍ର ପ୍ରଦାନ କରାଯାଇଛି I ମଧ୍ୟବିତ ବର୍ଗଙ୍କ ଜୀବନ ଜୀବିକାକୁ ସୁରକ୍ଷିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ ବୋଲି ମହାସଂଘ ପକ୍ଷରୁ ଦାବୀ ହୋଇଛି I ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ର ସଭାପତି ପ୍ରିଦୀପ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ମହାସଂଘର କନ୍ଧମାଳ ଜିଲ୍ଲା କମିଟି ପକ୍ଷରୁ ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ସିଂ ପାତ୍ର, ଜିଲ୍ଲା ସଭାପତି ମକରଧଜ ନାୟକ ଓ କ୍ଷେତ୍ରିୟ ପ୍ରଭାରୀ ପ୍ରତାପ ମଲିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ କନ୍ଧମାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I