ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇପଦା ସ୍ଥିତ ରାଇପଦା ଠାରେ ଆଜି ଅପରାହ୍ନ ସମୟରେ ବଜ୍ରା ଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟି ଥିବା ସୂଚନା ମିଳିଛି I ମୃତ ମହିଳା ଜଣ ହେଲେ ବତିଙ୍ଗିଆ ଗ୍ରାମର ଗୁଞ୍ଜେଲି ପ୍ରଧାନ(୫୫) I
ପ୍ରାପ୍ତ ସୂଚନା ଅନୁସାରେ ମୃତ ମହିଳା ଜଣକ ସ୍ୱାମୀ ସିମନ ପ୍ରଧାନଙ୍କ ସହ ରାଇପଦା ନାମକ ସ୍ଥାନକୁ ନିଜ ଜମିରେ କାମ କରିବା ପାଇଁ ଯାଇ ଥିଲେ I ଏହି ସମୟରେ ବଜ୍ରାଘାତ ହେବାରୁ ଘଟଣା ସ୍ଥଳରେ ମହିଳା ଜଣକ ଗୁରୁତର ହୋଇ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି I ମହିଳାଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଙ୍ଗେସଙ୍ଗେ ଆଣି ଥିଲେ I ହେଲେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରି ଥିଲେ I