ନ ଖଣ୍ଡ ଗ୍ରାମକୁ ସାତ ସପନ ସୁଦ୍ଧ ପାନିୟ ଜଳ, ବର୍ଷ ବର୍ଷ ଧରି ନାଳ ଏବଂ ଚୁଆପାଣି ଉପରେ ଅଞ୍ଚଳ ବାସୀଙ୍କ ଭରସା…
ନଳକୂପ ପାଣିରୁ ବ୍ୟାପୁଛି କିଡିନି ରୋଗ ବ୍ୟାପୁଥିବାର ଅଭିଯୋଗ
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ନ ଖଣ୍ଡ ଗ୍ରାମ ଯଥା:- ରାଣୀପଥର,ଖାନ୍ଧିକୁଟି, କୁଆଘରା, କୁଣ୍ଡାପଥର,ବାଘିଆଣ୍ଟ ,ବଡ଼ଆଣ୍ଟ , କେଶରପଡ଼ା, ଘାଟିଗାଁ, ଗେଟାମୁଣ୍ଡା ଫୁଲବାଣୀ ଠାରୁ ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ଜିଲ୍ଲାର ଶେଷ ସୀମାବର୍ତ୍ତି ଅଞ୍ଚଳରେ ଅବସ୍ତିତ I ଏହି ଗ୍ରାମ ଗୁଡ଼ିକ ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ଠାରୁ ୩୦ କି:ମି ଦୂର, ବ୍ଲକ ମୂଖ୍ୟ କାର୍ଯ୍ୟାଳୟ ଠାରୁ ୫୫ କି:ମି ଦୂର, ପଞ୍ଚାୟତ ମୂଖ୍ୟ କାର୍ଯ୍ୟାଳୟ ଠାରୁ ୧୮ କି:ମି ଦୂର ଦୂରରେ ଅବସ୍ଥିତ I
ହେଲେ ଦୁଃଖ ଓ ପରିତାପର ବିଷୟ ଯେ ଦେଶ ସ୍ଵାଧୀନ ହେବାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ନ ଖଣ୍ଡ ଗ୍ରାମ ବାସୀଙ୍କ ପାଇଁ ସାତସପନ ଶୁଦ୍ଧ ପାନିୟ ଜଳ I ସରକାରଙ୍କ ଦ୍ୱାରା ଯୋଜନା ଉପରେ ଯୋଜନା ଘୋଷଣା କରାଯାଉ ଥିଲେ ମଧ୍ୟ ବସୁଧା ଯୋଜନା ଅଞ୍ଚଳ ବାସୀଙ୍କ ପାଇଁ ହୋଇଛି ସାତ ସପନ I
ବର୍ଷ ବର୍ଷ ଧରି ସ୍ଥାନୀୟ ଅଞ୍ଚଳବାସୀ ନାଳ ଏବଂ ଚୁଆପାଣିକୁ ଭରସା କରି ଚଳି ଆସୁଛନ୍ତି I ଯେତେ ସବୁ ନଳକୂପ ରହିଛି ଏହାର ପାଣିକୁ ବ୍ୟବହାର କରି ଲୋକଙ୍କୁ କିଡିନି ରୋଗରେ ଆକ୍ରାନ୍ତ ହେଉ ଥିବା ଅଞ୍ଚଳ ବାସୀ କହି ଛନ୍ତି I ଅନେକ ଲୋକଙ୍କ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି I ଅନେକ ପୀଡ଼ିତ ହୋଇ ଚିକିତ୍ସା ଧୀନରେ ଅଛନ୍ତି ଯଦି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ପାଇଁ କରାଯାଏ ତାହେଲେ ପକୃତ ସତ୍ୟତା ପଦା କୁ ଆସିବ ବୋଲି ସାଧରଣରେ ମତ ପ୍ରକାଶ ପାଇଛି I
ସେଭଳି ନାଳ ଓ ଚୁଆପାଣି ବ୍ୟବହାର କରି ଅନେକ ରୋଗ ବ୍ୟାଧିରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିବା ସହ ଅନେକ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି I ଏନେଇ ସ୍ଥାନୀୟ ଅଞ୍ଚଳବାସୀ ସୂଚନା ଦେଇ ଛନ୍ତି I ସୂଚନା ଯୋଗ୍ୟ ଯେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି ଟଙ୍କା ବ୍ୟୟ ବରାଦ କରି ଗ୍ରାମାଞ୍ଚଳରେ ବସବାସ କରି ରହିଥିବା ଲୋକ ମାନଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କରିବାକୁ ନିର୍ଦ୍ଦେଶ ରହିଛି I ହେଲେ ଏହି ନ ଖଣ୍ଡ ମୌଜା ୧୫୭ ଜାତୀୟ ରାଜପଥ କଡ଼ରେ ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ପାନୀୟ ସୁଦ୍ଧ ପାନିୟ ଜଳ ପାଇବା ରୁ ବଞ୍ଚିତ I
ବସୁଧା ଯୋଜନା ଏମାନଙ୍କ ପାଇଁ ହୋଇଛି ସାତସପନ I ଫଳରେ ଆଜି ପର୍ଯ୍ୟନ୍ତ ନାଳର ଚୁଆପାଣି ବ୍ୟବହାର କରିଆସୁଥିବା ସହିତ ନଳକୂପର କଳଙ୍କି ଯୁକ୍ତ ପାଣିକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି I ଆଉ ଏହିସମସ୍ୟା ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ପ୍ରଶାସନକୁ ମଧ୍ୟ ଅବଗତ ଅଛନ୍ତି I ହେଲେ ସମସ୍ୟାର ସମାଧାନ ହୋଇ ନ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I ଏନେଇ ଚଳିତ ମାସ ୪ ତାରିଖରେ ସମାଜସେବୀ ତଥା ଯୁବନେତା ବୈଦ୍ୟନାଥ ବେହେରାଙ୍କ ନେତୃତ୍ୱରେ ନ ଖଣ୍ଡ ଗ୍ରାମର ସମସ୍ତ ପୁରୁଷ, ମହିଳା, ଯୁବକ, ଯୁବତୀଙ୍କୁ ନେଇ କୋଭିଡ ନିୟମ ମାନି ବୈଠକ ବସିବା ସହ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲା ପାଳ କନ୍ଧମାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି I ଅନ୍ୟ ପକ୍ଷରେ ପ୍ରତେକ ମାସରେ ଦାବୀ ପୁରାଣ ନ ହେବା ପର୍ଯ୍ୟନ୍ତ ମିଟିଙ୍ଗ କରାଯାଇଅଧିକାର ହାସଲ ପାଇଁ ସଂଗ୍ରାମ ଜାରି ରହିବ ବୋଲି ସମାଜସେବୀ ବୈଦ୍ୟନାଥ ବେହେରା ସୂଚନା ଦେଇ ଛନ୍ତି I