ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବର ର ମୁଖ୍ୟ ସମ୍ପାଦକ ଗିରଫ ଘଟଣା : କନ୍ଧମାଲ୍ ଜିଲାର ବିଭିନ୍ନ ବ୍ଲୋକରେ ଦାବୀ ପତ୍ର ପ୍ରଦାନ

ଅନୁସନ୍ଧାନ ଭାରତ(ବ୍ୟୁର): ସତ୍ୟ ନିର୍ଭିକ ନିରପେକ୍ଷ ଖବର ପ୍ରସାରଣ କରୁଥିବା ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସମ୍ପାଦକଙ୍କୁ ରାଜ୍ୟ ସରକାର ଇଓଡବ୍ଲୁ ଲଗାଇ ଆକ୍ରୋଶ ମୂଳକ ଭାବେ କଣ୍ଠରୋଧ କରିବା ପାଇଁ ଗିରଫ କରାଯିବା ଘଟଣାକୁ ବାଲିଗୁଡା ସାମ୍ବାଦିକଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି l ଆଜି ପିଡବ୍ଲୁଡ଼ି ଛକରୁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯାଇ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କୁ ନିଃସର୍ତ ଖଲାସ ପାଇଁ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ତୁରନ୍ତ ଖଲାସ କରାନଗଲେ ଆଗାମୀ ଦିନରେ କଳାବ୍ୟାଚ ପରିଧାନକରି ଆନ୍ଦୋଳନକୁ ଓଲ୍ହାଇବାକୁ ବାଲିଗୁଡା ସାମ୍ବାଦିକ ସଙ୍ଘ, ଫ୍ରଣ୍ଟ ଲାଇନ ସାମ୍ବାଦିକ ସଙ୍ଘ, କେ ୟୁ ଜେ, ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି l ଏହି କାର୍ଯ୍ୟକ୍ରମରେ ବଡ଼ ଖବରର ବାଲିଗୁଡା ପ୍ରତିନିଧି ସତ୍ୟ ନାରାୟଣ ପଣ୍ଡାଙ୍କ ନେତୃତ୍ୱ ରେ ବରିଷ୍ଠ ସାମ୍ବାଦିକ ଅସିତ ବେହେରା, ସୁରେଶ କୁମାର ପତି, ଚିତ୍ତ ରଞ୍ଜନ ନାୟକ, ଅଜିତ ନାୟକ, ପ୍ରମୋଦ ଦଣ୍ଡସେନା, ଭଗବତୀ ପ୍ରସାଦ ସାବତ, ସୁରେଶ କୁମାର ପଣ୍ଡା, ସୁବ୍ରତ କୁମାର ମାଝୀ ବନବାସୀ ପ୍ରଧାନ ଓ ଲକ୍ଷ୍ମୀ ନାରାୟଣ ମଳିକ ପ୍ରମୁଖ ଯୋଗ ଦେଇଥିଲେ l
ସେହି ପରି ଭାବରେ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ ତୁମୁଡ଼ିବନ୍ଧ ପ୍ରେସ କ୍ଳବ ପକ୍ଷରୁ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯିବା ସହ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି I ଆଜି ସକାଳ ୧୧ ଘଣ୍ଟିକ ସମୟରେ ତୁମୁଡ଼ିବନ୍ଧ ପ୍ରେସ କ୍ଳବର ସାମ୍ବାଦିକମାନେ କଳା ବ୍ୟାଚ ପିନ୍ଧି ଗୋଷ୍ଟି ଉନ୍ନୟନଙ୍କ କାର୍ଯ୍ୟାଳୟକୁ ଯାଇ ତୁମୁଡ଼ିବନ୍ଧ ଅଞ୍ଚଳରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମଧ୍ୟ ଆଲୋଚନା କରିଥିଲେ I ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଳବ ସଭାପତି ପବିତ୍ର କୁମାର ଦିଗାଲ , ସମ୍ପାଦକ ସିମାଞ୍ଚଳ ସାହୁ, କୋଷାଦକ୍ଷ ପ୍ରବିଣ କୁମାର ପଟନାୟକ , ବରିଷ୍ଠ ସାମ୍ବାଦିକ ବିପ୍ର ଚରଣ ମାନ ସେଟ , ସାମ୍ବାଦିକ ଅଜିତ କୁମାର ଦିଗାଲ , ସାମ୍ବାଦିକ ଧର୍ମପଦ ନାୟକ , ସାମ୍ବାଦିକ ପ୍ରଳୟ କୁମାର ନାୟକ , ଅନୁଗ୍ରହ କୁମାର ନନ୍ଦ ପ୍ରମୁଖ ଯୋଗ ଦେବାସହ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ରାତିଅଧିଆ ଗିରଫ ଘଟଣା ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି I ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି I କୌଣସି ବ୍ୟକ୍ତି ସମ୍ବିଧାନର ଉର୍ଦ୍ଧ୍ଵରେ ନୁହନ୍ତି I ଯେ କୌଣସି ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ ହେବା ପୂର୍ବରୁ ଅଭିଯୋଗ ଉପରେ ସଠିକ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ମଧ୍ୟ ସାମ୍ବାଦିକ ମାନେ ମତପ୍ରକାଶ କରିଛନ୍ତି l