ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ଗିରଫଦାରୀ ପ୍ରତିବାଦରେ ଘୁ.ଉଦୟଗିରି ପ୍ରେସ କ୍ଳବ ପକ୍ଷରୁ ଦାବୀ ପତ୍ର ପ୍ରଦାନ…..

ଅନୁସନ୍ଧାନ ଭାରତ(ବ୍ୟୁର): ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ ଘୁ.ଉଦୟଗିରି ପ୍ରେସ କ୍ଳବ ପକ୍ଷରୁ ସ୍ଥାନୀୟ ତହସିଲଦାରଦାର ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯିବା ସହ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି I ଆଜି ସକାଳ ୧୧ ଘଣ୍ଟିକ ସମୟରେ ଘୁ.ଉଦୟଗିରି ପ୍ରେସ କ୍ଳବର ସାମ୍ବାଦିକମାନେ କଳା ବ୍ୟାଚ ପିନ୍ଧି ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ଘୁ. ଉଦୟଗିରି ଅଞ୍ଚଳରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମଧ୍ୟ ଆଲୋଚନା କରିଥିଲେ I ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଳବ ସଭାପତି ସମୀର କୁମାର ପାଢ଼ି, ସମ୍ପାଦକ ବଟକୃଷ୍ଣ ଦାସ, କୋଷାଦକ୍ଷ ଗଗନ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ବରିଷ୍ଠ ସାମ୍ବାଦିକ ଦେବନାଥ ଦଳବେହେରା, ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ, ସାମ୍ବାଦିକ ପ୍ରଶନ୍ନ କୁମାର ମିଶ୍ର, ସୁଜିତ କୁମାର ସାହୁ, ଅନିଲ କୁମାର ଦଳବେହେରା, ପ୍ରତାପ ଚନ୍ଦ୍ର ପାଢ଼ୀ, ଚନ୍ଦ୍ରଶେଖର ପାଢ଼ୀ, ଚିନ୍ମୟ କୁମାର ସେଠୀ, ଏନ ରାଜାରାଓ ଓ ସାମନ୍ତ ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ରାତିଅଧିଆ ଗିରଫ ଘଟଣା ଅତ୍ୟନ୍ତ ଚିନ୍ତାଜନକ I ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି I କୌଣସି ବ୍ୟକ୍ତି ସମ୍ବିଧାନର ଉର୍ଦ୍ଧ୍ଵରେ ନୁହନ୍ତି I ଯେ କୌଣସି ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ ହେବା ପୂର୍ବରୁ ଅଭିଯୋଗ ଉପରେ ସଠିକ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସାମ୍ବାଦିକ ଗଗନ କୁମାର ପ୍ରଧାନ ମତପ୍ରକାଶ କରିଛନ୍ତି I