ଅନୁସନ୍ଧାନ ଭାରତ(ବ୍ୟୁର): ଗତ ମାସ ୩୦ତାରିଖରେ ଫୁଲବାଣୀ ସହର ବାସିନ୍ଦା ଶ୍ରୀ ମୋହନ ଚୌଧୁରୀ ଗୋଟିଏ ଅଜଣା ଗାଡ଼ିର ଧକ୍କାରେ ମୃତ୍ୟୁ ବରଣ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ସ୍ବର୍ଗତ ମୋହନଙ୍କ ପତ୍ନୀ ଶ୍ରୀମତୀ ରିଙ୍କି ଚୌଧୁରୀଙ୍କୁ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ ଆଶିଷ ଈଶ୍ୱରଙ୍କ ଦ୍ବାରା ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି l ସେଥି ପାଇଁ ଶ୍ରୀମତୀ ଚୌଧୁରୀ ପରିବହନ ସଚିବ, ପରିବହନ କମିଶନର ଓ ଆଞ୍ଚଳିକ ପରିବହନ ବିଭାଗ, ଫୁଲବାଣୀଙ୍କୁ କୃତଜ୍ଞତା ଜଣାଇଛନ୍ତି l