ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ଗିରଫକୁ ବିରୋଧ କରି ଫୁଲବାଣୀ ପ୍ରେସ କ୍ଳବ ସାମ୍ବାଦିକଙ୍କ କଳା ବ୍ୟାଚ ପରିଧାନ କରି ପ୍ରତିବାଦ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ତରଫରୁ ସାମ୍ବାଦିକମାନେ କଳା ବ୍ୟାଚ ପରିଧାନ କରି ବଡ଼ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ଅନ୍ୟାୟ ଗିରଫଦାରୀର ପ୍ରତିବାଦ କରି ଥିଲେ I ଫୁଲବାଣୀ ପ୍ରେସ କ୍ଳବଠାରୁ ସମସ୍ତ ପ୍ରେସକ୍ଲବର ସଦସ୍ୟ।ଏକତ୍ରିତ ହୋଇ ଶାନ୍ତି ଶୃଙ୍ଖଳା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ନାରାବାଜି କରିଥିଲେ I ପରେ ପରେ ରାଜ୍ୟପାଳ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ମେମୋରେଣ୍ଡମ ପ୍ରଦାନ କରିଛନ୍ତି I ରାଜ୍ୟର ଜଣାଶୁଣା ବରୀଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫର ତୀବ୍ରନିନ୍ଦା କରିଥିଲେ I ସୂଚନାଯୋଗ୍ୟ ଯେ ଅର୍ଦ୍ଧେନ୍ଦୁଙ୍କୁ ଗୁରୁବାର ଗିରଫ କରିଛି ଇଓଡବ୍ଲ I ଏହାକୁ ବିରୋଧ କରି ଶୁକ୍ରବାର ଫୁଲବାଣୀ ପ୍ରେସ କ୍ଳବଠାରେ ସଭାପତି ସୁନୀଲ ପଟ୍ଟନାୟକଙ୍କ ସଭାପତିତ୍ଵରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା I ସେହିପରି ଆଜି ବରିଷ୍ଠ ସାମ୍ବାଦିକ ପ୍ରେସ କ୍ଳବର ସଭାପତି ସୁନିଲ ପଟ୍ଟନାୟକଙ୍କ ନେତୃତ୍ବରେ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ପରୀଡ଼ା, ଉପ ସଭାପତି ସତ୍ୟ ନାରାୟଣ ବେହେରା, ସନ୍ତୋଷ କୁମାର ଦିଗାଲ, ସିବାନନ୍ଦ ପଟ୍ଟନାୟକ, ଅଶୋକ ମହାନ୍ତି, ବୈଦ୍ୟନାଥ ବେହେରା, ବୈଦ୍ୟନାଥ ନାୟକ, ଶିବରାମ ନାଏକ, ସୁଧୀର ମହାରଣା, କନ୍ଧମାଳ ମିଡିଆ ଫରୋମର ସଭାପତି ସୁନିଲ ବିଶ୍ଵାଳ, ସଂପାଦକ ସୂର୍ଯ୍ୟ ନାରାୟଣ ବେହେରା, ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ବଡ଼ ଖବର ପ୍ରତିନିଧି ଲଷ୍ମୀ ନାରାୟଣ ପଟ୍ଟନାୟକ, ସାମ୍ବାଦିକ ଶିବ ନାୟକ, ରଞ୍ଜନ ଦାଶ, ସଞ୍ଜୟ ପାତ୍ର, ହୂରଞ୍ଜନ ସେଠି, କୁନା ଦିଗାଲ , ବ୍ରଜ ମୋହନ ନାୟକ, କାହ୍ନl ପଟନାୟକ, ସନ୍ତୋଷ ନାୟକ ପ୍ରମୁଖ ଯୋଗଦେଇ ଘଟଣାର ତୀବ୍ର ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ଛାଡିଦେବା ଲାଗି ପ୍ରତିବାଦ କରିଥିଲେ I ରାଜ୍ୟ ସରକାରଙ୍କ ଦୁର୍ନିତୀ, ଅନିୟମିତତା, ସଂପର୍କିତ ଖବର ନିର୍ଭିକ୍ ଭାବେ ନିୟମିତ ପରିବେଷଣ କରି ଲୋକାଲୋଚନକୁ ଆଣୁଥିବାରୁ ସରକାର ଆକ୍ରୋଶମୂଳକ ଭାବେ କୌଣସି ସୁଯୋଗ ନ ଦେଇ ତାଙ୍କ ବିରୋଧରେ ହୋଇଥିବା ଏକ ଅଭିଯୋଗର ସଠିକ ତଦନ୍ତ ନ କରି ଅନ୍ୟାୟ ଭାବେ ତାଙ୍କୁ ଗିରଫ କରିଥିବା ସାମ୍ବାଦିକମାନେ ଅଭିଯୋଗ କରି ତିବ୍ର ପ୍ରତିବାଦ କରିଥିଲେ I