ବରୀଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁଙ୍କ ଗିରଫଦାରୀରକୁ କନ୍ଧମାଳ ଜିଲ୍ଲା ପ୍ରେସ କ୍ଳବ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ବିରୋଧ……

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟର ଜଣାଶୁଣା ବରୀଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇଓ ଡବ୍ଲୁ ଗିରଫ କରିବା ଅଭିଯୋଗ କରି ତୀବ୍ର ପ୍ରତିବାଦ କରିଛି ଜିଲ୍ଲା ପ୍ରେସକ୍ଲବ I ଅର୍ଦ୍ଧେନ୍ଦୁ ଦାସଙ୍କୁ ଗୁରୁବାର ଦିନ ଗିରଫ କରିଛି ଇଓଡବ୍ଲ I ଫଳରେ ଶୁକ୍ରବାର ଫୁଲବାଣୀ ପ୍ରେସ କ୍ଳବଠାରେ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ପ୍ରତିବାଦ ସଭାରେ ବରିଷ୍ଠ ସାମ୍ବାଦିକ ଡ଼.ଅରୂପ ଜେନା ଯୋଗ ଦେଇ ସାମ୍ବାଦିକମାନଙ୍କ ପ୍ରତି ଏଭଳି ଅନ୍ୟାୟକୁ କଦାପି ବରଦାସ୍ତ କରାଯିବନି ବୋଲି କହିଥିଲେ I।ପ୍ରେସ କ୍ଳବ କାର୍ଯ୍ୟକାରୀ ସଭାପତି ଅଶୋକ ପରୀଡ଼ା, ଉପ ସଭାପତି ସତ୍ୟ ନାରାୟଣ ବେହେରା, ତ୍ରିନାଥ ସାହୁ, ସନ୍ତୋଷ ଡିଗଲ, ପ୍ରଶାନ୍ତ ଜେନା, ଶିବରାମ ନାଏକ, ସୁଧୀର ମହାରଣା, କୁନା ଦିଗଲ, କନ୍ଧମାଳ ମିଡିଆଫରୋମ ସଂପାଦକ ସୂର୍ଯ୍ୟ ବେହେରା, ଆଦିତ୍ୟ ତ୍ରିପାଠି, ବଡ଼ ଖବର ପ୍ରତିନିଧି ବାପି ପଟ୍ଟନାୟକ, ରମେଶ ପ୍ରଧାନ, ଶିବ ରାମ ନାୟକ, ରଞ୍ଜନ ଦାଶ, ସଦାଶିବ ପାତ୍ର, ଶିବ ବିଶ୍ୱାଳ, ଖିରୋଦ ସାହାଣୀ, ଅଚ୍ୟୁତ ସେଠି, ହୂରଞ୍ଜନ ସେଠି, ବ୍ରଜ ନାୟକ, ସିପୁନ, କାହ୍ନl ପଟନାୟକ, ସଞ୍ଜୟ ପାତ୍ର, ସନ୍ତୋଷ ନାୟକ, ଅଶୋକ ମହାନ୍ତି, ବିଶ୍ୱରଂଜନ ସାମନ୍ତ ରାୟ, ପ୍ରମୁଖ ଯୋଗଦେଇ ଘଟଣାରତୀବ୍ର ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ମୁକ୍ତ କରିବା ପାଇଁ ଦାବୀ କରିଥିଲେ I ରାଜ୍ୟ ସରକାରଙ୍କ ଦୁର୍ନିତୀ, ଅନିୟମିତତା, ସଂପର୍କିତ ଖବର ନିର୍ଭିକ୍ ଭାବେ ନିୟମିତ ପରିବେଷଣ କରି ଲୋକଲୋଚନକୁ ଆଣୁଥିବା ଯୋଗୁଁ ସରକାର ଆକ୍ରୋଶମୂଳକ ଭାବେ କୌଣସି ସୁଯୋଗ ନ ଦେଇ ତାଙ୍କ ବିରୋଧରେ ହୋଇଥିବା ଏକ ଅଭିଯୋଗର ସଠିକ ତଦନ୍ତ ନ କରି ଅନ୍ୟାୟ ଭାବେ ତାଙ୍କୁ ଗିରଫ କରିଥିବା ସାମ୍ବାଦିକମାନେ ଅଭିଯୋଗ କରି ତିବ୍ର ପ୍ରତିବାଦ କରିଥିଲେ I ଅର୍ଦ୍ଧେନ୍ଦୁ ଦାସ ସର୍ବଦା ରାଜ୍ୟର ସାମ୍ବାଦିକମାନଙ୍କ ସୁରକ୍ଷା ଓ ସ୍ଵାର୍ଥରକ୍ଷା ଲାଗି ଉଦ୍ୟମ କରି ଆସୁଥିଲେ ବୋଲି କହିଛନ୍ତି ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ I ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ସରକାରଙ୍କ ଏହି ପରି ଆଚରଣ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ ବୋଲି କହିବା ସହ ସତ ଖବର ଆଉ ଲୋକଲୋଚନକୁ ଆସି ପାରିବ ନାହିଁ ବୋଲି ସଭାପତି ମତବ୍ୟକ୍ତ ଥିଲେ I ସେହିପରି ରାଜ୍ୟର ଜଣେ ବରିଷ୍ଠ ଫୋଟୋ ଗସାମ୍ବାଦିକ ଅଶୋକ ପଣ୍ଡାଙ୍କ ରାସ୍ତା ଦୁର୍ଘଟଣାରେ ଅକାଳ ମୃତ୍ଯୁ ଘଟଣାକୁ ନେଇ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା I ଶେଷରେପ୍ରେସ କ୍ଲବ ସହ ସମ୍ପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I