ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ସଦର୍ ଥାନାର ବରିଷ୍ଠ ହାବିଲଦାର୍ ଜୁଗାନନ୍ଦ ବେହେରାଙ୍କ ଅବସର କାଳିନ ସମ୍ବର୍ଦ୍ଧନା ଦେଇ ତାଙ୍କୁ ଚାକିରୀର ଶେଷ ସମୟରେ ନିଜ ପରିବାରର ସହିତ ହସ ଖୁସିରେ ବିତାଇବା ପାଇଁ ଉତ୍ସାହିତ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମକୁ ସଦରଥାନାର ଡିଏସପି ପ୍ରଶାନ୍ତ କୁମାର ବେହେରାଙ୍କ ସହ ଆଲୋଚନା କ୍ରମେ ଅନୁଷ୍ଠିତ ହୋଇଥିଲା I ସଦର ଥାନାର ଅଧିକାରୀ ଜଣେ ସଚୋଟ୍ ଙ୍ଖଳୀତ ଅଫିସର୍ ଭାବରେ ପରିଚିତ ଅଟନ୍ତି I ସେ ସଦର୍ ଥାନାର ସମସ୍ତ କର୍ମଚାରୀ , ତଥା, କନେଷ୍ଟବଳ, ହାବିଲଦାର୍ ହୋମଗାର୍ଡ, ଗ୍ରାମରକ୍ଷୀ ସମସ୍ତଙ୍କୁ ନିଜର ପରିବାର ସଦସ୍ୟ ଭାବରେ ସୁବ୍ୟବହାର ଦେଇ ଆସୁଥିବାରୁ ସଦରଥାନାର ସମସ୍ତ କର୍ମଚାରୀ ହସଖୁସିରେ ନିଜ ନିଜର ଡିୟୁଟି ସମ୍ପାଦନ କରୁଥିବା ଦେଖିବାକୁ ମିଳୁଛି ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି I ଯଦି କନ୍ଧମାଳ ଜିଲ୍ଲାରେ ଏପରି କର୍ମଚାରୀ ସମସ୍ତ ଥାନାମାନଙ୍କରେ ନିଯୁକ୍ତି ପାଆନ୍ତେ ତା ହେଲେ ସମାଜରେ ପୁଲିସ୍ ବିଭାଗର ସମସ୍ତ କର୍ମଚାରୀ ନିଜ ନିଜର କାର୍ଯ୍ୟ ସୁଚାରୁ ରୂପେ ପାଳନ କରିପାରନ୍ତେ ବୋଲି ସଦରଥାନା ଅଞ୍ଚଳର ବୁଦ୍ଧି ଜୀବିଙ୍କ ଠାରୁ ଶୁଣିବାକୁ ମିଲୁଛି I