ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ୪ ଶ୍ରୀରାମ ପଦା ଛକ ଠାରେ ଏକ ବିରାଟକାୟ ବରଗଛ ପଡ଼ିଛି I
ଯାହା ଦ୍ୱାରା ଘୁ.ଉଦୟଗିରି-ସାରଂଗଡ଼ ମୁଖ୍ୟ ରାସ୍ତାରେ ଯାତାୟାତ ସେବା ବନ୍ଦ ରହିଛି I ଏହି ଗଛ ପଡ଼ିବା ପରେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଛି I ଆଜି ଅପରାହ୍ନ ପ୍ରାୟ ୩ ଘଂଟା ସମୟରେ ହଠାତ ବରଗଛ ପଡିଥିଲା I ଏଥିରେ କିଛି ଦୋକାନ ଗୃହ ଭାଙ୍ଗି ନଷ୍ଟ ହୋଇ ଥିବା ବେଳେ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇ ଥିଲେ I ଘଟଣା ସ୍ଥଳରେ ଦମକକଳ ବାହୀନ ଓ ଓଡ୍ରାଫ ଦଳ ପହଞ୍ଚି ଗଛ କାଟି ବାହାର କରିବା କାର୍ଯ୍ୟ ଜାରୀ ରଖିଛି I ବର୍ଷା ହେବାରୁ ଗଛ କଟିବାରେ ବିଳମ୍ବ ହେଉଥିବା ଦେଖା ଦେଇଛି I